ଷ୍ଟ୍ରିଟ ଲାଇଟ ଚୋରି , ଅଭିଯୁକ୍ତଙ୍କ ଘରେ ବୁଲିଲା ବୁଲଡୋଜର
ଭୁବନେଶ୍ଵର : କମିଶନରେଟ୍ ପୁଲିସର ବୁଲଡୋଜର ଆକ୍ସନ। ମହଙ୍ଗା ପଡ଼ିଲା ସ୍ମାର୍ଟ ସିଟିରୁ ଷ୍ଟ୍ରିଟ ଲାଇଟ୍ ଚୋରି । ଅପରାଧୀଙ୍କ ବିରୋଧରେ ପୋଲିସର କଡ଼ା ଆଭିମୁଖ୍ୟ। ଭୁବନେଶ୍ୱରରେ ବିଏମସିର ଷ୍ଟ୍ରିଟ୍ ଲାଇଟ୍ ଚୋରି ଘଟଣାରେ ଖାରବେଳ ନଗର ଥାନା ଅଞ୍ଚଳର ଦୁଇ ଅଭିଯୁକ୍ତଙ୍କ ଘର ସମେତ ଏକ କବାଡିଆ ଦୋକାନକୁ ବୁଲଡୋଜର ଚଢାଇ ଧୂଳିସାତ କରିଦିଆ ଯାଇଛି । ଅଭିଯୁକ୍ତମାନେ ହେଲେ ଶାନ୍ତି ନଗର ବସ୍ତିର ଶେଖ ହମିଦ ଓ ରମଜାନ । ଦୁଇ ଅଭିଯୁକ୍ତ ରାସ୍ତା ଉପରୁ ବିଏମସିର ଲକ୍ଷ ଲକ୍ଷ ଟଙ୍କାର ଆଲୁମିନିୟମ ଷ୍ଟ୍ରିଟ୍ ଲାଇଟ ଚୋରି କରି କବାଡିଆ ଦୋକାନରେ ବିକି ଦେଇଥିଲେ । ବିଏମସି ଏବଂ ପୁଲିସ ଉପସ୍ଥିତିରେ କମିଶନରେଟ୍ ପୁଲିସ ପ୍ରଥମେ ଦୁଇ ଅଭିଯୁକ୍ତ ଦୋକାନ ଘର ଭାଙ୍ଗିଛି। ଏହାପରେ ସେମାନଙ୍କ ଘର ଭଙ୍ଗା ଯାଇଛି।
ସହରର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଆଲୁମିନିୟମ ଷ୍ଟ୍ରିଟ୍ ଲାଇଟ୍ ଚୋରି କରିବା ଅଭିଯୋଗରେ ୭ ଜଣଙ୍କ ନାଁ ସାମ୍ନାକୁ ଆସିଥିଲା । ପୂର୍ବରୁ ୫ ଜଣଙ୍କୁ ଗିରଫ କରାଯାଇ ଥିବାବେଳେ ଶେଖ ହମିଦ ଓ ରମଜାନ ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି ।




