ସର୍ବସାଧାରଣ ସ୍ଥାନରୁ ହଟିବେ ବୁଲା କୁକୁର - ମନ୍ତ୍ରୀ

ଏଣେତେଣେ କୁକୁରଙ୍କୁ ଖାଇବାକୁ ନଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ସର୍ବସାଧାରଣ ସ୍ଥାନରୁ ହଟିବେ ବୁଲା କୁକୁର - ମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ହିଂସ୍ର କୁକୁରଙ୍କୁ ରୋକିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ କହିଛନ୍ତି ଯେ, କୁକୁର ହିଂସ୍ର ହେବା ଚିନ୍ତାଜନକ । କୁକୁରଙ୍କୁ ଟିକାକରଣ ସହ ବନ୍ଧ୍ୟାକରଣ କରାଯାଉଛି। ଜଳାନ୍ତକ ରୋଗ ଥିବା କୁକୁରଙ୍କୁ ଥଇଥାନ କରାଯାଉଛି । ପବ୍ଲିକ୍ ସ୍ଥାନରେ କୁକୁରଙ୍କୁ ମାଂସ ଖାଇବାକୁ ଦେଇ ଆମେ କୁକୁରଙ୍କୁ ଅଧିକ ହିଂସ୍ର କରୁଛେ । ତେଣୁ କୁକୁରପ୍ରେମୀମାନେ ଏଣେତେଣେ ଖାଇବାକୁ ନଦେବାକୁ ମନ୍ତ୍ରୀ ନିବେଦନ କରିଛନ୍ତି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟ ଗୁରୁତର ସହ ନେଇଛନ୍ତି। କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିଶେଷକରି କୁକୁରପ୍ରେମୀ ଓ ବୁଲା କୁକୁରଙ୍କ ପାଇଁ ଗାଇଡ୍ ଲାଇନ୍ ରହିଛି । ସର୍ବସାଧାରଣ ସ୍ଥାନରେ ବୁଲା କୁକୁର ଯେମିତି ନ ରୁହନ୍ତି ସେଥିପାଇଁ ପଦକ୍ଷେପ ନିଆଯାଉଛି। ସୁପ୍ରିମକୋର୍ଟ ଯାହା ରାୟ ଦେଇଛନ୍ତି ତାକୁ ଆମେ ସମ୍ମାନ ଦେଇ କାର୍ଯ୍ୟକାରୀ କରିବୁ। ନଗର ଉନ୍ନୟନ ବିଭାଗ ସହ ମିଶି କିପରି ହିଂସ୍ର କୁକୁରଙ୍କୁ ରୋକା ଯାଇପାରିବ ସେଥିପାଇଁ ପଦକ୍ଷେପ ନିଆଯିବ। ବିଭିନ୍ନ ଶିକ୍ଷାନୁଷ୍ଠାନ, ମନ୍ଦିର ଭଳି ଜନଗହଳି ଜାଗାରୁ କୁକୁରଙ୍କୁ ହଟାଯିବ। ଆଗରୁ ସୁପ୍ରିମକୋର୍ଟଙ୍କ ଯାହା ନିୟମ ଥିଲା ବଳବତ୍ତର ରହିଛି। ସୁପ୍ରିମକୋର୍ଟ ଯାହା ନିର୍ଦ୍ଦେଶ ଦେଇଛନ୍ତି ସ୍ୱାଗତଯୋଗ୍ୟ। ଯାହା ପଦକ୍ଷେପ ନେବା କଥା ଆମ ବିଭାଗ ନେବ। ମୁନିସିପାଲିଟି ମିଶିଲେ ଏହି କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହେବ।

Tags: