୧୨ ଘଣ୍ଟାରେ ବାତ୍ୟା !

ଶ୍ରୀଲଙ୍କା ପାର୍ଶ୍ଵବର୍ତ୍ତୀ ଭାରତ ମହାସାଗରରେ କେନ୍ଦ୍ରୀଭୂତ

୧୨ ଘଣ୍ଟାରେ ବାତ୍ୟା !
Samaya Live News Picture
Published On

ଭୁବନେଶ୍ୱର : ସୃଷ୍ଟି ହେଲା ଗଭୀର ଅବପାତ । ଆସନ୍ତା ୧୨ ଘଣ୍ଟାରେ ବାତ୍ୟା ସମ୍ଭାବନା । ଶ୍ରୀଲଙ୍କା ପାଶ୍ଵବର୍ତ୍ତୀ ଭାରତ ମହାସାଗରରେ ଅବପାତଟି କେନ୍ଦ୍ରୀଭୂତ ହୋଇଛି । କ୍ରମଶଃ ଏହା ଉତ୍ତର, ଉତ୍ତର-ପଶ୍ଚିମ କୁ ଗତି କରି ଅଧିକ ଘନୀଭୂତ ହୋଇ ୧୨ ଘଣ୍ଟାରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ତାମିଲନାଡୁ ଓ ଆନ୍ଧ୍ରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହାର ବିଶେଷ ପ୍ରଭାବ ମଧ୍ୟ ଓଡ଼ିଶା ଉପରେ ରହିବ ନାହିଁ ।  ଡିସେମ୍ବର ୧ ଓ ୨ ତାରିଖରେ ରାଜ୍ୟରେ କାଁଭାଁ ବର୍ଷା ହୋଇପାରେ । ଏବେ ସମୁଦ୍ରରେ ୨ଟି ସିଷ୍ଟମ ସକ୍ରିୟ ରହିଛି । ତେବେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଗଭୀର ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ବାତ୍ୟା ରୂପ ନେଇଛି ।

ରାଜ୍ୟରେ କିଛି ଦିନ ଧରି ତାପମାତ୍ରା ବୃଦ୍ଧି ପାଉଥିବା କାରଣରୁ ଶୀତ କୁମଛି । ଦୁଇ ଦୁଇଟି ସିଷ୍ଟମ ଆକ୍ଟିଭ କାରଣରୁ ବାୟୁମଣ୍ଡଳରେ ବଙ୍ଗୋପ ସାଗରରୁ ପ୍ରବେଶ କରୁଛି ଜଳୀୟ ବାସ୍ପ । ଏହା ପ୍ରଭାବରେ ଶୀତ କମୁଛି । ତେବେ ଆସନ୍ତା ୩ ତାରିଖ ବେଳକୁ ପୁଣି ବଢିବ ଶୀତ ।  ଗତକାଲି ସୁଦ୍ଧା ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ ଥିବାବେଳେ ରାଉରକେଲାରେ ୧୦.୧, ଝାରସୁଗୁଡ଼ାରେ ୧୦.୪, ଭୁବନେଶ୍ବରରେ ୧୬, କଟକରେ ୧୪.୬, ଅନୁଗୋଳରେ ୧୩.୮, ବାରିପଦାରେ ୧୩.୬, କେନ୍ଦୁଝରରେ ୧୨.୫, ସୁନ୍ଦରଗଡ଼ରେ ୧୨.୬, ଭବାନୀପାଟଣାରେ ୧୩.୮, କୋରାପୁଟରେ ୧୩.୨ ଏବଂ ଫୁଲବାଣୀରେ ୧୨ ଡିଗ୍ରୀ ପାରଦ ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ, ଆସନ୍ତା ୨ଦିନ ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ କମିବା ସମ୍ଭାବନା ରହିଛି। ପରବର୍ତ୍ତୀ ୫ଦିନରେ ପାରଦ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। 

Tags: