ଗୃହରେ ବିଜୁ ଝଡ଼,୧୧.୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା
ଭୁବନେଶ୍ୱର : ବିଧାନସଭା ବଜେଟ ଅଧିବେଶନରେ 'ବିଜୁ ଝଡ଼' । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ଗୃହରେ ପ୍ରବଳ ହଟ୍ଟଗୋଳ । SCB ଅଗ୍ନିକାଣ୍ଡ ତାତି ପରେ ବିଜୁବାବୁଙ୍କୁ ଅପମାନ ତାତିରେ କମ୍ପିଲା ଗୃହ । ବିଜୁବାବୁଙ୍କ ପ୍ରତି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ନେଇ ହୋହାଲ୍ଲା । ପ୍ରତିବାଦ କରିଥିଲେ ସିପିଆଇ (ଏମ) ସଦସ୍ୟ ଲକ୍ଷ୍ମଣ ମୁଣ୍ଡା । ପ୍ରଶ୍ନକାଳ ଆରମ୍ଭରୁ 'ବିଜୁବାବୁ ଆମର ରହେ ' ନାରାଦେଇ ଗୃହ ମଧ୍ୟଭାଗକୁ ଆସି ଜୋରଦାର ହଙ୍ଗାମା କରୁଛନ୍ତି ବିରୋଧୀ । ଫଳରେ ଗୃହକୁ ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ ।
Tags:



