ବନ୍ଧ୍ୟାତ୍ୱ ଚିକିତ୍ସାକୁ ଅଧାରୁ ବନ୍ଦ କରିବା ସମସ୍ୟାକୁ ଅଧିକ ଜଟିଳ କରିଥାଏ

ବନ୍ଧ୍ୟାତ୍ୱ ଚିକିତ୍ସାକୁ ଅଧାରୁ ବନ୍ଦ କରିବା ସମସ୍ୟାକୁ ଅଧିକ ଜଟିଳ କରିଥାଏ

ଭୁବନେଶ୍ୱର : ଅନେକ ଦମ୍ପତି ଏକ ଫର୍ଟିଲିଟି କ୍ଲିନିକକୁ ଯିବା ପୂର୍ବରୁ ସେମାନେ ପ୍ରାୟ ଦୁଇରୁ ତିନି ବର୍ଷ ପର୍ଯ୍ୟନ୍ତ ନିଜସ୍ୱ ଉଦ୍ୟମରେ (ଏକାନ୍ତରେ) ଚେଷ୍ଟା କରିସାରିଥାନ୍ତି । ଏହାରି ମଧ୍ୟରେ ଅନେକ ଦମ୍ପତି ବନ୍ଧ୍ୟାତ୍ୱ ଚିକିତ୍ସା ଆରମ୍ଭ କରିବା ପରେ ଅଧାରୁ ଚିକିତ୍ସା ବନ୍ଦ କରିଦିଅନ୍ତି । ଆପଏଂଟମେଂଟ ବୁକ୍ କରାଯାଏ ନାହିଁ । ଫୋନ କଲର ଉତର ମିଳେ ନାହିଁ । ଏହା ହେଉଛି ବନ୍ଧ୍ୟାତ୍ୱର ‘ନୀରବ ଡ୍ରପ୍‌-ଆଉଟ୍ ଫେଜ୍‌' । ତେବେ ଏହା ପଛରେ ରହିଥିବା କାରଣ ଏବଂ କିଭଳି ଦମ୍ପତିମାନଙ୍କୁ ଏହି ପର୍ଯ୍ୟାୟରୁ ବାହାର କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଛନ୍ତି ଭୁବନେଶ୍ୱର ସ୍ଥିତ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫର ଫର୍ଟିଲିଟି ବିଶେଷଜ୍ଞ ଡା. ଅମ୍ରିତା ନନ୍ଦ କହିଛନ୍ତି ।

ସମ୍ବନ୍ଧିତ ଖବର ନୀଳାଦ୍ରି ବିହାର ହତ୍ୟାକାଣ୍ଡର ଆତ୍ମସମର୍ପଣ କଲା ହତ୍ୟାକାରୀ

ଆନ୍ତର୍ଜାତୀୟ ପଞ୍ଜୀକରଣ ତଥ୍ୟ ଅନୁଯାୟୀ, ପ୍ରାୟ ୩୦ରୁ ୫୦% ଦମ୍ପତି ସଫଳତାର ସମ୍ଭାବନା ଥିଲେ ମଧ୍ୟ ପ୍ରଥମ କିମ୍ବା ଦ୍ୱିତୀୟ ଚକ୍ର ପରେ ପ୍ରଜନନ ଚିକିତ୍ସା ବନ୍ଦ କରିଦିଅନ୍ତି, । ‘ମାନବ ପ୍ରଜନନ’ ଜର୍ଣ୍ଣାଲରେ ପ୍ରକାଶିତ ଏକ ବୃହତ ୟୁରୋପୀୟ ଅଧ୍ୟୟନ ଦର୍ଶାଇଛି ଯେ, ପ୍ରାୟ ୫୦% ରୋଗୀ ଚିକିତ୍ସା ବିଫଳ ହେବା କାରଣରୁ ନୁହେଁ, ବରଂ ଭାବନାତ୍ମକ ଓ ଆର୍ôଥକ ଚାପ କିମ୍ବା ଚିକିତ୍ସାଜନିତ କ୍ଳାନ୍ତି ଯୋଗୁଁ ଏପରି କରିଥାନ୍ତି । ବାରମ୍ବାର କ୍ଲିନିକ୍ ଦୌଡିବା, ଯନ୍ତ୍ରଣାଦାୟକ ପ୍ରକ୍ରିୟା, ଅନିଶ୍ଚିତ ସମୟସୀମା ଏବଂ କ୍ରମାଗତ ଖର୍ଚ୍ଚର ଚାପ ପ୍ରକୃତ ବୋଝ ପାଲଟିଯାଏ । ପ୍ରତ୍ୟେକ ନକାରାତ୍ମକ ଫଳାଫଳ କେବଳ ଏକ ବିଫଳ ପ୍ରୟାସ ନୁହେଁ; ଏହା ଏକ ମାନସିକ ଧକ୍କା, ଏବଂ ଏହି କ୍ଳାନ୍ତି ନୀରବରେ ବୃଦ୍ଧି ପାଇଥାଏ ।

ସମ୍ବନ୍ଧିତ ଖବର ଅପହରଣର ୫ ଘଣ୍ଟା ପରେ ମିଳିଲେ ସ୍କୁଲ ଛାତ୍ରୀ

ଡା. ଅମ୍ରିତା ଆହୁରି ମଧ୍ୟ କହିଛନ୍ତିଯେ, ରୋଗୀମାନେ କେବଳ ସଫଳତାର ହାର ହିସାବ କରନ୍ତି ନାହିଁ, ସେମାନେ ଏହି ସଂଘର୍ଷକୁ କେତେ ଦିନ ଜାରି ରଖିପାରିବେ, ତାହାର ମଧ୍ୟ ଆକଳନ କରନ୍ତି । ମାସ ମାସର ଇଞ୍ଜେକ୍ସନ, ସ୍କାନ ଏବଂ ଫଳାଫଳ ପାଇଁ ଦୁଇ ସପ୍ତାହର ଅପେକ୍ଷା ପରେ, ଅନେକ ରୋଗୀ ଚିନ୍ତା କରିବା ଆରମ୍ଭ କରନ୍ତି ଯେ, ଏହି ଚିକିତ୍ସା ଜାରି ରଖିବା ସେମାନଙ୍କ କାର୍ଯ୍ୟ, ସମ୍ପର୍କ ଓ ମାନସିକ ସୁସ୍ଥତା ଉପରେ ପଡୁଥିବା ପ୍ରଭାବ ତୁଳନାରେ ଯଥାର୍ଥ କି ନୁହେଁ । ‘ଜର୍ଣ୍ଣାଲ ଅଫ୍ ସାଇକୋସୋମାଟିକ ଅବଷ୍ଟେଟ୍ରିକ୍ସ ଆଣ୍ଡ ଗାଇନାକୋଲୋଜି’ର ଅଧ୍ୟୟନରୁ ଜଣାପଡିଛି ଯେ, ପ୍ରଜନନ ଚିକିତ୍ସା କରାଉଥିବା ରୋଗୀଙ୍କଠାରେ ଦେଖାଯାଉଥିବା ଚିନ୍ତା ଓ ଅବସାଦର ଲକ୍ଷଣ, ଗମ୍ଭୀର ଅସୁସ୍ଥତା ଥିବା ଲୋକଙ୍କ ଲକ୍ଷଣ ସହ ସମାନ ହୋଇପାରେ । ଯେତେବେଳେ ଚାପ ବଢିଯାଏ ଏବଂ ସହଯୋଗ ଅପର୍ଯ୍ୟାପ୍ତ ମନେହୁଏ, ସେତେବେଳେ ଚିକିତ୍ସାରୁ ଓହରିଯିବା ଆତ୍ମ-ସୁରକ୍ଷାର ଏକ ମାଧ୍ୟମ ପାଲଟିଯାଏ ।

ସମ୍ବନ୍ଧିତ ଖବର ପୁଣି ବୃଦ୍ଧି ହେଲା ସୁନା - ରୂପା ଦର

ତେବେ ଏଥିପାଇଁ ଆବଶ୍ୟକ ପରିବର୍ତନଗୁଡ଼ିକ ସମ୍ପର୍କରେ ଆଲୋଚନା କରି ଡା.ଅମ୍ରିତା କୁହନ୍ତିଯେ, ଏହି ପର୍ଯ୍ୟାୟଟି ଯେକୌଣସି ଲାବୋରେଟୋରୀ ପରୀକ୍ଷା ଭଳି ସର୍ବାଧିକ ଗୁରୁତ୍ୱ ଆବଶ୍ୟକ କରେ । ଉତମ ପରାମର୍ଶ, ବାସ୍ତବବାଦୀ ଆଶା ସ୍ଥାପନ, ସ୍ୱଚ୍ଛ ଖର୍ଚ୍ଚ ଯୋଜନା ଓ ସରଳ ଚିକିତ୍ସା ପଦ୍ଧତି ଏହି ମାନସିକ ଚାପକୁ ହ୍ରାସ କରିପାରିବ । ରୋଗୀମାନେ କେବଳ ଚିକିତ୍ସା ପଦ୍ଧତି ଆବଶ୍ୟକ କରନ୍ତି ନାହିଁ; ସେମାନେ ନିରନ୍ତର ସହଯୋଗ ଏବଂ ଏହି ଆଶ୍ୱାସନା ଚାହାନ୍ତି ଯେ, ‘ବିରାମ’ ମାନେ ‘ବିଫଳତା’ ନୁହେଁ । କାରଣ ଚିକିତ୍ସା ବନ୍ଦ କରିଦେଉଥିବା ଅନେକ ରୋଗୀଙ୍କର ସଠିକ୍ ମାର୍ଗଦର୍ଶନ ସହ ଗର୍ଭଧାରଣର ପର୍ଯ୍ୟାପ୍ତ ସମ୍ଭାବନା ରହିଥାଏ ।

ପ୍ରଜନନ ଚିକିତ୍ସା ସର୍ବଦା ଜୀବବିଜ୍ଞାନଗତ କାରଣରୁ ବନ୍ଦ ହୁଏନାହିଁ । ବେଳେବେଳେ ଏହା ଅତ୍ୟଧିକ ଚିନ୍ତା ଓ ମାନସିକ କ୍ଳାନ୍ତି କାରଣରୁ ବାଧାପ୍ରାପ୍ତ ହୋଇଥାଏ । ଏହି ‘ନୀରବ ଡ୍ରପ୍‌-ଆଉଟ୍ ଫେଜ୍‌’କୁ ଚିହ୍ନଟ କରିବା, ଅଧିକ ରୋଗୀଙ୍କୁ ଚିକିତ୍ସାରୁ ଓହରିଯିବାରୁ ରୋକିବା ଦିଗରେ ପ୍ରଥମ ପଦକ୍ଷେପ ହୋଇପାରେ ।

Tags: