ସରକାରୀ କର୍ମଚାରୀଙ୍କ ଇଚ୍ଛାମୁତାବକ ବଦଳି ବନ୍ଦ

ଗୋଟିଏ ସ୍ଥାନରେ ୩ବର୍ଷ ରହଣି ପରେ ବାନ୍ଧିବେ ପେଡି

ସରକାରୀ କର୍ମଚାରୀଙ୍କ ଇଚ୍ଛାମୁତାବକ ବଦଳି ବନ୍ଦ
Samaya Live News Picture
Published On

ଭୁବନେଶ୍ୱର : ମନଇଚ୍ଛା ବଦଳି ଉପରେ ଲାଗିବ ରୋକ । ଏଣିକି ଆଉ ଇଚ୍ଛାମୂତାବକ ବଦଳି ନେଇପାରିବେ ନାହିଁ ସରକାରୀ କର୍ମଚାରୀ । ଏନେଇ ସମସ୍ତ ବିଭାଗକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜିଲାପାଳଙ୍କୁ କଡ଼ା ଚିଠି କରାଯାଇଛି । ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ ୧୫ ପର୍ଯ୍ୟନ୍ତ ହେବ ବଦଳି ପ୍ରକିୟା । ସଚିବାଳୟ ଓ କୌଣସି ନିର୍ଦ୍ଦେଶାଳୟରେ ୩ବର୍ଷ ରହିପାରିବେନି ଅଫିସର । ବ୍ଲକ କିମ୍ବା ତହସିଲରେ ୬ବର୍ଷ ରହିପାରିବେନି ଗ୍ରୁପ C ଅଫିସର । ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵରେ ଥିଲେ ନିଜ ଜିଲ୍ଲା ବଦଳି ମନା । କେବଳ ନିୟମ ଆଧାରରେ ବଦଳି କରାଯିବ। ବଦଳି ଅର୍ଡରରେ ରହିବ ରିଲିଭ ଓ ଜଏନିଙ୍ଗ୍ ସମୟ ସୀମା ।  କେବେ ସୁଦ୍ଧା ପୁରୁଣା ଦାୟିତ୍ୱ ହସ୍ତାନ୍ତର କରିବେ, କେଉଁ ସମୟ ସୀମା ସୁଦ୍ଧା ନୂଆ ଦାୟିତ୍ୱରେ ଯୋଗ ଦେବେ, ତାହା ସରକାରୀ ନିର୍ଦ୍ଦେଶନାମାରେ ଏଣିକି ସ୍ପଷ୍ଟ ଉଲ୍ଲେଖ ରହିବ । ଏହି ପ୍ରକିୟାରେ ସ୍ଵଚ୍ଛତା ରଖିବାକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ସାଧାରଣ ପ୍ରଶାସନ ବିଭାଗ ।

 

Tags: