ପିୟୁସିସି ଫାଇନ ହ୍ରାସ କଲେ ରାଜ୍ୟ ସରକାର

ପିୟୁସିସି ଫାଇନ ହ୍ରାସ କଲେ ରାଜ୍ୟ ସରକାର
Samaya Live News Picture
Published On

ଭୁବନେଶ୍ୱର : କମିଲା ପିୟୁସିସି ଫାଇନ । ୧୦ ହଜାର ଟଙ୍କା ରୁ ୬ ହଜାର ଟଙ୍କାକୁ କମିଲା ପିୟୁସିସି ଫାଇନ । ଏନେଇ ଆଜି ଏକ ପ୍ରେସ ମିଟ କରି ସୂଚନା ଦେଇଛନ୍ତି ପରିବହନ ମନ୍ତୀ ଶ୍ରୀ ବିଭୁତି ଭୂଷଣ ଜେନା । ପୂର୍ବରୁ ପିୟୁସିସି ନଥିଲେ ୧୦ହଜାର ଟଙ୍କା କାଟିବ ବୋଲି ଫାଇନ କରାଯାଇଥିଲା ଇ ଯାହାକୁ ନେଇ ତେଜିଥିଲା ଅସନ୍ତୋଷ  ।

ବାଇକ ପାଇଁ ପ୍ରଥମ ଥର ନିୟମ ଭାଙ୍ଗିଲେ ୧ହଜାର ଫାଇନ ଏବଂ ୨ୟ ଥର ନିୟମ ଭାଙ୍ଗିଲେ ୨  ହଜାର ଫାଇନ କରାଯାଇଛି । ସେହିପରି ୩ ଚକିଆ ଯାନ ପ୍ରଥମ ଥର ନିୟମ ଭାଙ୍ଗିଲେ ୨ ହଜାର ଟଙ୍କା ଏବଂ ୨ୟ ଥର ନିୟମ ଭାଙ୍ଗିଲେ ୨ ହଜାର ଟଙ୍କା , କାର , ବସ , ଟ୍ରକ ,କ୍ୟାବ ପ୍ରଥମ ଥର ପାଇଁ ନିୟମ ଭାଙ୍ଗିଲେ ୨ ହଜାର ଏବଂ ୨ ଥର ପାଇଁ ୫ ହଜାର ଟଙ୍କା ଏବଂ ଅନ୍ୟ ଗାଡି ପାଇଁ ପ୍ରଥମ ଥର ନିୟମ ଭାଙ୍ଗିଲେ ୩ ହଜାର, ୨ୟ ଥର ପାଇଁ ୬ ହଜାର ଟଙ୍କା ଫାଇନ କରାଯାଇଛି । ଗାଡି ପାଇଁ ଯାହା ନିୟମ ଅଛି ତାହା ମାନିବାକୁ ପଡିବ ଏବଂ ଆବଶ୍ୟକୀୟ କାଗଜପତ୍ର କରିବାକୁ ପଡିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।

ସୂଚନାନୁସାରେ, ଅନେକ ରାଜ୍ୟରେ ପିୟୁସିସି ନଥିଲେ ପ୍ରଥମ ଥର ଜରିମାନା ପାଇଁ ୧ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲାବେଳେ ଯଦି ସେହି ସମାନ ଗାଡ଼ିରେ ଦ୍ୱିତୀୟ ଥର ଏହି ନିୟମର ଉଲ୍ଲଂଘନ ହୁଏ ତାହେଲେ ୨ହଜାର ଟଙ୍କା ଜରିମାନା ଲାଗୁ କରାଯାଉଛି । କିନ୍ତୁ ଓଡ଼ିଶା ସରକାର ଏଥିପାଇଁ ୧୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିଥିଲେ । ବିଭିନ୍ନ ଟୋଲ୍‌ଗେଟ୍‌ରେ ଗାଡ଼ିର ଅଟୋମେଟିକ୍‌ ଚାଲାଣ କଟିବା ବ୍ୟବସ୍ଥା କରାଯିବା ପରେ ଚାରିଆଡ଼େ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଫଳରେ ରାଜ୍ୟ ପରିବହନ ବିଭାଗ ସେତେବେଳେ ଏହି ଜରିମାନା ଅର୍ଥ ହ୍ରାସ କରାଯିବ ବୋଲି ଘୋଷଣା କରିଥିଲା ।

Tags: