ତେଲ ସଙ୍କଟ ପାଇଁ SOP ଆଣିପାରନ୍ତି ରାଜ୍ୟ ସରକାର

ତେଲ ସଙ୍କଟ ପାଇଁ SOP ଆଣିପାରନ୍ତି ରାଜ୍ୟ ସରକାର
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟ​‌ରେ ଏବେ ଇନ୍ଧନ ସଙ୍କଟ ଚରମ ସୀମାରେ ପହଞ୍ଚିଛି। ପେଟ୍ରୋଲ ଓ ଡିଜେଲ ଅଭାବ ଯୋଗୁଁ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି। ପେଟ୍ରୋଲପମ୍ପରେ ଲାଗିଛି ଲମ୍ବା ଧାଡି।

ତୈଳ ସଂକଟକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଘୋଷଣା କରି ପାରନ୍ତି ।ପ୍ରଧାନମନ୍ତ୍ରୀ ନିଜ କାରକେଡ ଗାଡ଼ି ୨କୁ ହ୍ରାସ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଅନୁରୂପ ପଦକ୍ଷେପ ନେଇଛନ୍ତି। ନିଜ କାରକେଡ ଗାଡ଼ି ହ୍ରାସ କରିଛନ୍ତି। ଆଜି ଦୁଇ ଉପମୁଖ୍ୟମନ୍ତ୍ରୀ ବିନା ପାଇଲଟରେ ଲୋକସେବା ଭବନ ଆସିଥିଲେ । ତେଲ ସଂକଟ ଦେଖି ପାଇଲଟ ଭ୍ୟାନ ଫେରାଇଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ଏଣିକି ଗୋଟିଏ ମାତ୍ର ଗାଡି ବ୍ୟବହାର କରିବେ। ସେହିପରି ଆଜିଠାରୁ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଇଭିର ବ୍ୟବହାର କରିବା ଆରମ୍ଭ କରିଛନ୍ତି | ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ନିଜ ପାଇଲଟ ଗାଡ଼ି ଛାଡ଼ିଛନ୍ତି।

ତେବେ କଥା କେବଳ ମନ୍ତ୍ରୀ, ଜନପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କ ପାଖରେ ସୀମିତ ରହୁନାହିଁ। ସାଧାରଣ ଲୋକେ ଏବଂ ଘରୋଇ ଅନୁଷ୍ଠାନର କର୍ମଚାରୀଙ୍କ ପାଇଁ ମଧ୍ୟ ଅନୁରୂପ ପଦକ୍ଷେପ ନେବା ଜରୁରୀ ହୋଇଛି । କାରଣ ସମସ୍ତେ ଚାହିଁଲେ ସଙ୍କଟକୁ ବହୁ ଅଂଶରେ ହାଲୁକା କରାଯାଇପାରିବ। ସେହିପରି ସାଧାରଣ ଲୋକଙ୍କ ପାଇ ମଧ୍ୟ କିଛି ଏସଓପି ରାଜ୍ୟ ସରକାର ଆଣିପାରନ୍ତି ।

ସେପଟେ, ରାତି ଅଧରୁ ତେଲ ପାଇଁ ଟାଙ୍କିରେ ଲୋକଙ୍କ ପ୍ରବଳ ଭିଡ଼ ଦେଖାଯାଉଛି । ଟ୍ୱିନ୍‌ସିଟି ସମେତ ପୁରୀ, ବାଲେଶ୍ୱର,କେନ୍ଦ୍ରାପଡ଼ା, ଜୟପୁର, ରାଉରକେଲାରେ ମଧ୍ୟ ଟାଙ୍କିରେ ଲମ୍ବା ଲାଇନ୍।ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍‌ରେ ଅପେକ୍ଷା କରିଛନ୍ତି ଗ୍ରାହକ। ପ୍ରବଳ ଗ୍ରୀଷ୍ମ  ପ୍ରବାହ ପ​‌ରେ ବି ଲୋକେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ତେଲ ପାଇଁ ଗାଡିଗୁଡିକ ଏନଏଚ ଉପରେ ଲମ୍ବି ରହୁଥିବାରୁ ଦୁର୍ଘଟଣା ବଢ଼ିବାରେ ଆଶଙ୍କା ରହୁଛି। ଅନେକ ଟାଙ୍କିରେ  ନୋ ଷ୍ଟକ  ବୋର୍ଡ ଝୁଲୁଥିବାରୁ ଲୋକେ ନିରାଶ ହୋଇ ଗୋଟିଏ ପମ୍ପରୁ ଅନ୍ୟ ପମ୍ପକୁ ଦୌଡୁଛନ୍ତି।

Tags: