ଚୁକ୍ତି ଭିତ୍ତିକ ଆୟୁଷ ଅଧ୍ୟାପକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର

ଚୁକ୍ତି ଭିତ୍ତିକ ଆୟୁଷ ଅଧ୍ୟାପକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର
Samaya Live News Picture
Published On

ଭୁବନେଶ୍ୱର : ଚୁକ୍ତି ଭିତ୍ତିକ ଆୟୁଷ ଅଧ୍ୟାପକଙ୍କ ପାଇଁ ଖୁସି ଖବର । ରାଜ୍ୟରେ ଆୟୁର୍ବେଦିକ ଏବଂ ହୋମିଓପାଥି ମେଡ଼ିକାଲ କଲେଜରେ କାର୍ଯ୍ୟରତ ଚୁକ୍ତି ଭିତ୍ତିକ ଅଧ୍ୟାପକଙ୍କ ଦରମା ବୃଦ୍ଧି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଚୁକ୍ତିଭିତ୍ତିକ ଆୟୁଷ ଲେକ୍ଚରର, ରିଡର ଏବଂ ପ୍ରଫେସରମାନଙ୍କ ଦରମା  ଦୁଇ ଗୁଣିତ ହୋଇଛି । 

ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଚୁକ୍ତିଭିତ୍ତିକ ଲେକ୍ଚରରମାନଙ୍କ ଦରମା ପ୍ରତିମାସ ୭୦,୦୦୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି । ସେହିପରି, ରିଡର ଓ ପ୍ରଫେସରମାନଙ୍କ ଦରମାରେ ମଧ୍ୟ ବୃଦ୍ଧି କରାଯାଇଛି । ରିଡରମାନଙ୍କ ଦରମା ୪୦,୦୦୦ ଟଙ୍କାରୁ ବୃଦ୍ଧି ହୋଇ ୮୦,୦୦୦ ଟଙ୍କା କରାଯାଇଥିବାବେଳେ, ପ୍ରଫେସରମାନଙ୍କ ଦରମା ୫୦,୦୦୦ ଟଙ୍କାରୁ ବୃଦ୍ଧି କରାଯାଇ ୧ ଲକ୍ଷ ଟଙ୍କା କରାଯାଇଛି ।

ଏହି ପ୍ରସ୍ତାବକୁ ଅର୍ଥ ବିଭାଗର ସମ୍ମତି ମଧ୍ୟ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇବା ସହ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ଆୟୁଷ ଶିକ୍ଷା ଆହୁରି ସୁଦୃଢ଼ ହେବ ଏବଂ ଅଧ୍ୟାପକମାନଙ୍କୁ ଉତ୍ସାହିତ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।

Tags: