ଅଫିସରଙ୍କ ଆର୍ଥିକ କ୍ଷମତା ବଢ଼ାଇଲେ ରାଜ୍ୟସରକାର

ଅଫିସରଙ୍କ ଆର୍ଥିକ କ୍ଷମତା ବଢ଼ାଇଲେ ରାଜ୍ୟସରକାର
Samaya Live News Picture
Published On

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି । ବଢ଼ିଲା ଅଫିସରଙ୍କ ଆର୍ଥିକ କ୍ଷମତା । ରାଜ୍ୟରେ ବିଭିନ୍ନ ପ୍ରକଳ୍ପ ଓ ଯୋଜନାର କାର୍ଯ୍ୟକାରିତାରେ ସ୍ୱଚ୍ଛତା ଏବଂ ଗତିଶୀଳତା ଆଣିବା ପାଇଁ ଓଡ଼ିଶା ସରକାର ଅଫିସରଙ୍କ ଆର୍ଥିକ କ୍ଷମତା ବୃଦ୍ଧି କରିଛନ୍ତି । ଏଣିକି କ୍ୟାବିନେଟ୍ ବା ମନ୍ତ୍ରୀଙ୍କ ଅନୁମୋଦନ ଅପେକ୍ଷା ନକରି ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନେ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିପାରିବେ। 

୧୯୭୮ ମସିହାର ଆର୍ଥିକ କ୍ଷମତା ପ୍ରତିନିଧିତ୍ଵ ନିୟମାବଳୀ ରେ ସଂଶୋଧନ କରାଯାଇ ପ୍ରଶାସନିକ ସ୍ତରରେ ବିଭିନ୍ନ ପଦାଧିକାରୀଙ୍କ ଖର୍ଚ୍ଚ କରିବାର କ୍ଷମତାକୁ ବହୁଗୁଣିତ କରାଯାଇଛି ।

26287939_od_12 ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦେଇ ଜଳସମ୍ପଦ, ପୂର୍ତ୍ତ ଏବଂ ଶକ୍ତି ଭଳି ବିଭାଗଗୁଡ଼ିକୁ ଯୋଗାଯୋଗ, ଜଳସେଚନ ଓ ବିଦ୍ୟୁତ ପ୍ରକଳ୍ପ ପାଇଁ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷମତା ପ୍ରଦାନ କରାଯାଇଛି । ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନଙ୍କୁ ମଧ୍ୟ ଅଧିକ ଶକ୍ତିଶାଳୀ କରାଯାଇଛି । ଏବେ ଜିଲ୍ଲାପାଳମାନେ ଅଣ-ଆବାସିକ ଗୃହ ନିର୍ମାଣ ପାଇଁ ୮ କୋଟି ଏବଂ ପାନୀୟ ଜଳ ପ୍ରକଳ୍ପ ପାଇଁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥ ଅନୁମୋଦନ କରିପାରିବେ । ଏହି ପରିବର୍ତ୍ତନ ଫଳରେ ସରକାରୀ ସେବା ପ୍ରଦାନ ପ୍ରକ୍ରିୟା ଅଧିକ ସହଜ ଓ ତ୍ୱରାନ୍ୱିତ ହେବ ବୋଲି ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର ଜଣାଇଛନ୍ତି ।

ସେହିପରି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ମନ୍ତ୍ରୀମାନେ ସାମଗ୍ରୀ କ୍ରୟ ପାଇଁ ୫୦କୋଟି ଟଙ୍କା ,ଆଉଟସୋର୍ସିଂ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର କରିପାରିବେ। ସଚିବ ସ୍ତରୀୟ ଅଧିକାରୀ ମାନଙ୍କ ପାଇଁ ପାଇଁ ୨୦କୋଟି ଟଙ୍କା ଏବଂ ଆଉଟସୋର୍ସିଂ ପାଇଁ ୫ କୋଟି ଟଙ୍କା ଅନୁମୋଦନ କରିପାରିବେ। ବିଭାଗୀୟ ମୁଖ୍ୟମାନେ ସାମଗ୍ରୀ ପାଇଁ ୧୦ କୋଟି ଟଙ୍କା ଏବଂ ପରାମର୍ଶ ଏବଂ ଆଉଟସୋର୍ସିଂ ପାଇଁ 1 କୋଟି ଟଙ୍କା ଅନୁମୋଦନ କରିପାରିବେ। ପ୍ରଶାସନିକ ବିଭାଗ ସଚିବମାନଙ୍କୁ କୌଣସି ସର୍ବୋଚ୍ଚ ସୀମା ଜାରି ନକରି ପୂର୍ଣ୍ଣ ଆର୍ଥିକ କ୍ଷମତା ପ୍ରଦାନ କରାଯାଇଛି । 

ପ୍ରଶାସନିକ ବିଭାଗ ସଚିବମାନଙ୍କୁ କୌଣସି ସର୍ବୋଚ୍ଚ ସୀମା ଜାରି ନକରି ପୂର୍ଣ୍ଣ ଆର୍ଥିକ କ୍ଷମତା ପ୍ରଦାନ କରାଯାଇଛି । ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ପାଇଁ, ଖର୍ଚ୍ଚ ସୀମା ସ୍ଥିର କରାଯାଇଛି । ରାଜସ୍ୱ ବୋର୍ଡ ସଦସ୍ୟ, PCCF, ଏବଂ ପୋଲିସ ଡିଜି/ଆଇଜି ଯଥାକ୍ରମେ ୮୦ଲକ୍ଷ ଟଙ୍କା ଏବଂ ୪କୋଟି ଟଙ୍କା (ବର୍ଗ ଅନୁସାରେ)। RDC ଏବଂ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟମାନେ ୪୦ଲକ୍ଷ ଟଙ୍କାରୁ ୨କୋଟି ଟଙ୍କା ମଧ୍ୟରେ ଅନୁମୋଦନ କରିପାରିବେ ।

ବିଭାଗୀୟ ମୁଖ୍ୟମାନେ ଏହି କାର୍ଯ୍ୟଗୁଡ଼ିକୁ ମଞ୍ଜୁର କରିପାରିବେ:

ଆବାସିକ କୋଠା ନିର୍ମାଣ ପାଇଁ ୧୫ କୋଟି ଟଙ୍କା ପର୍ଯ୍ୟନ୍ତ
ଅଣ-ଆବାସିକ କୋଠା ପାଇଁ ୨୪ କୋଟି ଟଙ୍କା
ଯୋଗାଯୋଗ, ଜଳସେଚନ, ଜନସ୍ୱାସ୍ଥ୍ୟ ଏବଂ ବିଦ୍ୟୁତ ସେବା ପାଇଁ ୧୦ କୋଟି ଟଙ୍କା
ପରିମଳ କାର୍ଯ୍ୟ ପାଇଁ ୧.୫ କୋଟିରୁ ୩ କୋଟି ଟଙ୍କା
ପାନୀୟ ଜଳ ଯୋଗାଣ ପାଇଁ ୧୦ କୋଟି ଟଙ୍କା
ଅନ୍ୟାନ୍ୟ ବିବିଧ ଖର୍ଚ୍ଚ ପାଇଁ ୧ କୋଟି ଟଙ୍କା

 

 

Tags: