ମହଙ୍ଗାଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର

ମହଙ୍ଗାଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର
Samaya Live News Picture
Published On

ଭୁବନେଶ୍ୱର : ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟସରକାର । କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫% ବୃଦ୍ଧି କରାଯାଇଛି । ଫଳରେ ମହଙ୍ଗା ଭତ୍ତା ୨୫୭%ରୁ ବୃଦ୍ଧି ପାଇ ୨୬୨% ରେ ପହଞ୍ଚିଛି । ବର୍ଦ୍ଧିତ ମହଙ୍ଗାଭତ୍ତା ପିଛିଲା ଭାବେ ଜାନୁଆରୀରୁ ଲାଗୁ ହୋଇ ଜୁଲାଇ ଦରମାରେ ମିଳିବ ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ବିଲ ଟ୍ରେଜେରୀ ଓ ସବ -ଟ୍ରେଜେରୀରେ ଦାଖଲ କରାଯିବ ।  କେନ୍ଦ୍ରସରକାର କର୍ମଚାରୀଙ୍କ ଭତ୍ତା ବୃଦ୍ଧି କରିବା ପରେ ରାଜ୍ୟ ସରକାର ମଧ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ଏହା ଫଳରେ ହଜାର ହଜାର ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀ ସିଧାସଳଖ ଭାବେ ଉପକୃତ ହେବେ ।

 

Tags: