ଗୃହରକ୍ଷୀ ମାନଙ୍କ ଦୈନିକ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର
ଭୁବନେଶ୍ୱର : ରାଜ୍ୟର ଗୃହରକ୍ଷୀ (HOME GUARD)ଙ୍କ ପାଇଁ ସରକାରଙ୍କ ବଡ ଘୋଷଣା । ଗୃହରକ୍ଷୀ ମାନଙ୍କ ଦୈନିକ ଭତ୍ତା ବୃଦ୍ଧି କଲେ ସରକାର । ମଙ୍ଗଳବାର ଏହି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ରାଜ୍ୟରେ କାର୍ଯ୍ୟରତ ଗୃହରକ୍ଷୀଙ୍କ ଦୈନିକ ୧୧ଟଙ୍କା ଲେଖାଏଁ ଭତ୍ତା ବୃଦ୍ଧି ହୋଇଛି । ପୂର୍ବରୁ ଏହି ମୂଲ୍ୟ ଦୈନିକ ୬୩୯ ଟଙ୍କା ଥିଲା । ଏବେ ଏହା ବୃଦ୍ଧି ପାଇ ୬୫୦ ଟଙ୍କାକୁ ବୃଦ୍ଧି ହୋଇଛି । ତେବେ ଏହି ବର୍ଦ୍ଧିତ ଭତ୍ତା ପିଛିଲା ଭାବେ ଜାନୁଆରୀ ୧ରୁ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥାତ ଗୃହରକ୍ଷୀମାନଙ୍କୁ ଚଳିତ ବର୍ଷ ଜାନୁଆରୀ ମାସରୁ ବର୍ଦ୍ଧିତ ଦରରେ ଏହି ଆଲାଉନ୍ସ ମିଳିବ। ସରକାରଙ୍କ ଏହି ପଦକ୍ଷେପ ଯୋଗୁ ରାଜ୍ୟର ହଜାର ହଜାର ଗୃହରକ୍ଷୀ ଉପକୃତ ହେବେ ।
Tags:




