ପାରମ୍ପରିକ କଳାକାରଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର

ପାରମ୍ପରିକ କଳାକାରଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର
Samaya Live News Picture
Published On

ଭୁବନେଶ୍ୱର : ପାରମ୍ପରିକ କଳାକାରଙ୍କ ଭତ୍ତାରାଶି ବୃଦ୍ଧି ଘୋଷଣା I କଳାକାର ସହାୟତା ଯୋଜନା ଅଧୀନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାକାରଙ୍କ ମାସିକ ଭତ୍ତା ବୃଦ୍ଧି କରିଛନ୍ତି । ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ, ୪୦ରୁ ୮୦ବର୍ଷ ବୟସ୍କ କଳାକାରମାନଙ୍କ ଭତ୍ତା ମାସକୁ ୨୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ୮୦ ବର୍ଷରୁ ଅଧିକ ବୟସର କଳାକାରମାନଙ୍କ ମାସିକ ଭତ୍ତା ୨୫୦୦ ଟଙ୍କାରୁ ୩୫୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏହାଦ୍ବାରା ରାଜ୍ୟର ୪୭,୭୦୪ ଜଣ କଳାକାର ଓ ସେମାନଙ୍କ ପରିବାର ବର୍ଗ ଉପକୃତ ହେବେ । ରବିବାର କେନ୍ଦୁଝରର ପାର୍କଲେନ୍‌ଠାରେ ଆୟୋଜିତ ୪୮ ତମ ରାଜ୍ୟସ୍ତରୀୟ  ପାଲା ସମ୍ମିଳନୀରେ ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ପ୍ରଚାର ପ୍ରସାର କରୁଥିବା କଳାକାର ମାନଙ୍କ ସମ୍ମାନରେ ଏହି ଭତ୍ତା ବୃଦ୍ଧି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର ଲୋକନୃତ୍ୟ, ନାଟକ, ପାଲା,କାବ୍ୟ ଆଦିରେ ସଙ୍ଗୀତର ଅଖଣ୍ଡ ପ୍ରଭାବ ପରିଲକ୍ଷିତ ହୋଇଥାଏ ବୋଲି କହିଥିଲେ । ସେ ଆହୁରି କହିଛନ୍ତି ରାଜ୍ୟର ସମୃଦ୍ଧ ଲୋକକଳା ବଞ୍ଚାଇ ରଖି ଏହାର ଅଭିବୃଦ୍ଧି ଦିଗରେ ଚେଷ୍ଟା କରିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ। ଉଚ୍ଚଶିକ୍ଷା ଲାଭ କରୁଥିବା ଯୁବପିଢ଼ିଙ୍କୁ ମୋର ଅନୁରୋଧ ଆମର ଏହି ମହାନ ଲୋକ କଳା ସଂସ୍କୃତି ଉପରେ ଅଧିକ ଗବେଷଣା କରନ୍ତୁ। ଯୁବପିଢ଼ିଙ୍କ ଭିତରେ ଯଦି ଆଗ୍ରହ ବଢ଼ିବ ତେବେ ନିଶ୍ଚିତ ରୂପେ ଆମର ଏହି ମହାନ୍‌ ଲୋକକଳା ଆହୁରି ଉଜ୍ଜ୍ୱଳ ହେବ। 

 

Tags: