୭୫୫ଟି ନୂଆ ପଦବୀକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ

୭୫୫ଟି ନୂଆ ପଦବୀକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ
Samaya Live News Picture
Published On

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତି । ସ୍ୱାସ୍ଥ୍ୟ ବିଭାଗର ୭୫୫ଟି ନୂଆ ପଦବୀକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଭିନ୍ନ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସା ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ଓ ରୋଗୀସେବାକୁ ସୁଦୃଢ଼ କରିବା ପାଇଁ ମୋଟ ୭୫୫ଟି ନୂତନ ପଦକୁ ମଞ୍ଜୁର କରାଯାଇଛି । ଏହି ପଦଗୁଡ଼ିକ ମଧ୍ୟରେ ୭ଟି ପ୍ରଫେସର, ୩୫ଟି ଆସୋସିଏଟ ପ୍ରଫେସର, ୫୦ଟି ଆସିଷ୍ଟାଣ୍ଟ ପ୍ରଫେସର, ୨୯ଟି ଟ୍ୟୁଟର, ୨୪୮ଟି ସିନିୟର ରେସିଡେଣ୍ଟ, ୧୯୦ଟି ଜୁନିୟର ରେସିଡେଣ୍ଟ (ଏମ୍‌ବିବିଏସ୍‌), ୧୧୨ଟି କାଜୁଆଲିଟି ମେଡିକାଲ ଅଫିସର (ସିଏମ୍‌ଓ) ଏବଂ ୮୪ଟି ବ୍ଲଡ୍‌ ବ୍ୟାଙ୍କ ଅଫିସର (ବିବିଓ) ପଦ ରହିଛି । 

ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ରାଜ୍ୟ ସରକାର ସ୍ବାସ୍ଥ୍ୟ କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି । ଏହି ୭୫୫ଟି ପଦ ମଞ୍ଜୁର ହେବା ଫଳରେ ଭେଷଜ ମହାବିଦ୍ୟାଳୟଗୁଡ଼ିକରେ ମାନବସମ୍ବଳ ବୃଦ୍ଧି ପାଇବ ଏବଂ ଚିକିତ୍ସାସେବା ତ୍ବରାନ୍ବିତ ହୋଇପାରିବ ।

Tags: