ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଖନନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବାଚସ୍ପତି
ଭୁବନେଶ୍ବର: ଅପ୍ରେଲ ୨୧: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମନ୍ଦିର ଚତୁଃପାର୍ଶ୍ବରେ ଖନନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ତାଙ୍କ କହିବା ଅନୁଯାଇ, ବୈଠକ ଡାକିବା ପାଇଁ କୌଣସି ଅସୁବିଧା ନାହିଁ। ମାତ୍ର ପ୍ରସଙ୍ଗ ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବାରୁ ଗୃହ କମିଟି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ପାରିବ କି ନାହିଁ ତାହା ଉପରେ ତର୍ଜମା ଚାଲିଛି। ବିଧାନସଭାର ପରିସରଭୁକ୍ତ କୌଣସି ପ୍ରସଙ୍ଗ ହୋଇଥିଲେ ବାଚସ୍ପତି ତୁରନ୍ତ ତାହାର ସମାଧାନ […]
ଭୁବନେଶ୍ବର: ଅପ୍ରେଲ ୨୧: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମନ୍ଦିର ଚତୁଃପାର୍ଶ୍ବରେ ଖନନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ତାଙ୍କ କହିବା ଅନୁଯାଇ, ବୈଠକ ଡାକିବା ପାଇଁ କୌଣସି ଅସୁବିଧା ନାହିଁ। ମାତ୍ର ପ୍ରସଙ୍ଗ ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବାରୁ ଗୃହ କମିଟି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ପାରିବ କି ନାହିଁ ତାହା ଉପରେ ତର୍ଜମା ଚାଲିଛି। ବିଧାନସଭାର ପରିସରଭୁକ୍ତ କୌଣସି ପ୍ରସଙ୍ଗ ହୋଇଥିଲେ ବାଚସ୍ପତି ତୁରନ୍ତ ତାହାର ସମାଧାନ କରି ସାରନ୍ତେଣି। ଯେହେତୁ ଏହି ମାମଲା ବିଚାରାଧୀନ ରହିଛି ତେଣୁ ଆମେ ବିଧାନସଭାର ଆଇନ ବିଭାଗ ସହ ଆଲୋଚନା କରୁଛୁ। ଏହି ପ୍ରସଙ୍ଗରେ ଆମେ କେତେଦୂର ହସ୍ତକ୍ଷେପ କରି ପାରିବୁ। ସେ ନେଇ ଆଲୋଚନା ଜାରି ରହିଛି । ଶ୍ରୀ ମନ୍ଦିର ପ୍ରସଙ୍ଗ ବିଶ୍ଵବାସୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସଂସଦୀୟ କମିଟି ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି। ଏନେଇ କମିଟି ସଦସ୍ୟ ଶମ୍ଭାଜୀ ଛତ୍ରପତି କହିଛନ୍ତି, ବିନା ଡିପିଆରରେ ଯାହା କାମ ହେଉଛି ଠିକ୍ ହେଉନି। ଏଏସ୍ଆଇ ସହ ସମନ୍ୱୟ ରଖି ରାଜ୍ୟ ସରକାର କାମ କରିବା ଉଚିତ। ଏଣେ ଏହାର ସଦସ୍ୟ ରାମଦାସ ତଡାସ ଐତିହ୍ୟ କରିଡର ପ୍ରକଳ୍ପ ଆବଶ୍ୟକ ବୋଲି କହିଛନ୍ତି।




