ସ୍ପେଶାଲ ଓଟିଇଟି ପରୀକ୍ଷାଫଳ ପ୍ରକାଶ
By: Samaya Live News
ଭୁବନେଶ୍ୱର : ପ୍ରକାଶ ପାଇଲା ଚଳିତ ବର୍ଷର ସ୍ପେଶାଲ ଓଟିଇଟି( ODISHA TEACHER ELIGIBILITI TEST ) -୨୦୨୫ ପରୀକ୍ଷା ଫଳ । ସେପ୍ଟେମ୍ବର ୨୭ତାରିଖରେ ହୋଇଥିବା ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ମୋଟ ୪୮ ହଜାର ୧୫୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ୭୨ ହଜାର ୪୧୩ ଜଣ ପରୀକ୍ଷା ଦେଇଥିଲେ । ପ୍ରଶ୍ନପତ୍ର ବିଭ୍ରାଟ ପାଇଁ ୨ ଥର ବାତିଲ ହୋଇଥିଲା ପରୀକ୍ଷା । ବହୁ ବିବାଦ ପରେ ସେପ୍ଟେମ୍ୱର ୨୭ରେ ପୁନଃ ପରୀକ୍ଷା ହୋଇଥିଲା । ରାଜ୍ୟର ୧୯୩ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ଶିକ୍ଷକ ଶିକ୍ଷୟିତ୍ରୀ ।
ପେପର-୧ରେ ୧୨ହଜାର ୯୮୮କୃତକାର୍ଯ୍ୟ ହୋଇଥିବା ବେଳେ ପାସ୍ ହାର ୪୭.୧୭ପ୍ରତିଶତ ରହିଛି । ସେହିପରି ପେପର-୨ରେ ୩୫ହଜାର ୧୬୫କୃତକାର୍ଯ୍ୟ ହୋଇଛନ୍ତି । ମୋଟ ୪୮ହଜାର ୧୫୩ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ୬୬.୫୦ପ୍ରତିଶତ ପାସ ରହିଥିବା ବିଏସଇ ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷାର୍ଥୀ ମାନେ www.bseodisha.ac.inରେ ଫଳାଫଳ ଦେଖିପାରିବେ ।
Read More ବୃଦ୍ଧି ହୋଇପାରେ ଅପମୃତ୍ୟୁ ଜନିତ ସହାୟତା ରାଶି
Tags:


