ରାଜଧାନୀରେ ନାବାଳକ ଗାଡି ଚାଳକଙ୍କ ପାଇଁ ଆଜି ସ୍ପେଶାଲ୍ ଡ୍ରାଇଭ୍

ଆରଟିଓ ଏବଂ କମିଶନରେଟ୍ ପୋଲିସର ମିଳିତ ସହଯୋଗରେ କାର୍ଯ୍ୟାନୁଷ୍ଠାନ

ରାଜଧାନୀରେ ନାବାଳକ ଗାଡି ଚାଳକଙ୍କ ପାଇଁ ଆଜି ସ୍ପେଶାଲ୍ ଡ୍ରାଇଭ୍
Samaya Live News Picture
Published On

ଭୁବନେଶ୍ୱର: ରାଜଧାନୀରେ ନାବାଳକମାନଙ୍କ ଦ୍ୱାରା ବେପରୁଆ ଗାଡ଼ି ଚାଳନାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ଆଜି ଭୁବନେଶ୍ୱରରେ ଆରମ୍ଭ ହୋଇଛି ଏକ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ବା ସ୍ପେଶାଲ୍ ଡ୍ରାଇଭ୍। ଆରଟିଓ ଏବଂ କମିଶନରେଟ୍ ପୋଲିସର ମିଳିତ ସହଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ସ୍ପେଶାଲ୍ ଡ୍ରାଇଭ୍ ସମୟରେ ପରିବହନ ବିଭାଗ ଓ ଆର.ଟି.ଓ ଅଧିକାରୀମାନେ ବିଭିନ୍ନ ସ୍କୁଲ୍, କଲେଜ୍ ଏବଂ ପ୍ରମୁଖ ଛକଗୁଡ଼ିକ ନିକଟରେ ଚେକିଂ କଡ଼ାକଡ଼ି କରୁଛନ୍ତି ।

ବିଶେଷ କରି ୧୮ ବର୍ଷରୁ କମ୍ ବୟସର ପିଲାମାନେ ଗାଡ଼ି ଚଳାଉଥିଲେ ସେମାନଙ୍କ ବିରୁଦ୍ଧରେ ଆଇନଗତ କଠୋର ଦଣ୍ଡବିଧାନ କରାଯିବ। ଚେକିଂ ସମୟରେ ନାବାଳକମାନେ ଗାଡ଼ି ଚଳାଉଥିବା ଜଣାପଡ଼ିଲେ କେବଳ ଫାଇନ୍ ଆଦାୟ କରାଯିବ ନାହିଁ, ବରଂ ସେମାନଙ୍କ ଅଭିଭାବକଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନାନୁସାରେ, ଆଜି ସତ୍ୟନଗର ଛକଠାରୁ ଆରମ୍ଭ କରି ମାଷ୍ଟର କ୍ୟାଣ୍ଟିନ୍ ଛକ ପର୍ଯ୍ୟନ୍ତ ବିଭିନ୍ନ ପ୍ରମୁଖ ସ୍ଥାନରେ ଏହି କଡ଼ା ଯାଞ୍ଚ୍ ଜାରି ରହିଛି । କେବଳ ଗୋଟିଏ ଦିନ ପାଇଁ ଏହି ସ୍ୱତନ୍ତ୍ର ଡ୍ରାଇଭ୍ ଅନୁଷ୍ଠିତ ହେଉଛି । ଟ୍ରାଫ୍ଟିକ୍ ନିୟମକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ଏବଂ ଦୁର୍ଘଟଣା ହ୍ରାସ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ।

Tags: