୨୩ ଜିଲ୍ଲା ପାଇଁ ଘୋଷଣା ହେଲା ସ୍ୱତନ୍ତ୍ର ଉନ୍ନୟନ କମିଶନ ପରିଷଦ

୨୩ ଜିଲ୍ଲା ପାଇଁ ଘୋଷଣା ହେଲା ସ୍ୱତନ୍ତ୍ର ଉନ୍ନୟନ କମିଶନ ପରିଷଦ
Samaya Live News Picture
Published On

ଭୁବନେଶ୍ୱର : ଘୋଷଣା ହେଲା ସ୍ୱତନ୍ତ୍ର ଉନ୍ନୟନ କମିଶନ ପରିଷଦ । ରାଜ୍ୟର ୨୩ ଜିଲ୍ଲାର ସ୍ଵତନ୍ତ୍ର ବିକାଶ ପରିଷଦ ପାଇଁ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ନିଯୁକ୍ତି କଲେ ସରକାର । ବିଜେପି ପାଇଁ ଜିଲ୍ଲା ସ୍ତରରେ କାମ କରିଥିବା କାର୍ଯ୍ୟକର୍ତାଙ୍କ ଉପରେ ଗୁରୁତ୍ଵ ଦେଇଛି ଦଳ । ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ପକ୍ଷରୁ ବିଜେପି ସରକାରଙ୍କ ପକ୍ଷରୁ ଦଳର ଜନଜାତି ବର୍ଗର ନେତାଙ୍କୁ ଦାୟିତ୍ଵ ମିଳିଛି । ଏଥିରେ ଦଳୀୟ ସଂଙ୍ଗଠନଙ୍କୁ ଗୁରୁତ୍ବ ଦିଆଯାଇଛି ।

୨୩ ଜିଲ୍ଲା ପାଇଁ ଘୋଷଣା ହୋଇଛି ସ୍ବତନ୍ତ୍ର ଉନ୍ନୟନ ପରିଷଦ(SDC) । ଅନୁଗୁଳ ଜିଲ୍ଲା ପାଇଁ ବଶିଷ୍ଠ ନାୟକ (ଅଧ୍ୟକ୍ଷ), ସୁରୁମୁଣି ଛତର (ଉପାଧ୍ୟକ୍ଷ) । ବଲାଙ୍ଗିର ଜିଲ୍ଲା ପାଇଁ ବଲ୍ଲଭ ଧରୁଆ (ଅଧ୍ୟକ୍ଷ), ଜୟନ୍ତୀ ଭୋଇ (ଉପାଧ୍ୟକ୍ଷ) ।ବାଲେଶ୍ୱର ଜିଲ୍ଲା ପାଇଁ ବିପିନ୍ ମାରାଣ୍ଡି (ଅଧ୍ୟକ୍ଷ), ଝରଣା ସିଂ (ଉପାଧ୍ୟକ୍ଷ) । ବରଗଡ଼ ଜିଲ୍ଲା ପାଇଁ ଗୋବର୍ଦ୍ଧନ ଭୋଏ (ଅଧ୍ୟକ୍ଷ), ତିଳତ୍ତୋମା ଭୁଏ (ଉପାଧ୍ୟକ୍ଷ) । ବୌଦ୍ଧ ଜିଲ୍ଲା ପାଇଁ ଡମରୁ ଧର କହଁର (ଅଧ୍ୟକ୍ଷ), ଝରଣା ଜାନି (ଉପାଧ୍ୟକ୍ଷ) । -ଦେବଗଡ଼ ଜିଲ୍ଲା ପାଇଁ ପ୍ରଶାନ୍ତ ବେହେରା (ଅଧ୍ୟକ୍ଷ), ପ୍ରମିଳା କିଶାନ (ଉପାଧ୍ୟକ୍ଷ) । ଢେଙ୍କାନାଳ ଜିଲ୍ଲା ପାଇଁ ନାଉରି ସିଂ (ଅଧ୍ୟକ୍ଷ), ସେବତୀ ଭୋଇ (ଉପାଧ୍ୟକ୍ଷ) । ଗଜପତି ଜିଲ୍ଲା କାମଦେବ ବଡ଼ନାୟକ (ଅଧ୍ୟକ୍ଷ), ପଙ୍କଜିନୀ ଦଳାଇ (ଉପାଧ୍ୟକ୍ଷ) । ଗଞ୍ଜାମ ଜିଲ୍ଲା ନୀଳମାଧବ ପାତ୍ର (ଅଧ୍ୟକ୍ଷ), ଲଳିତା ପ୍ରଧାନ (ଉପାଧ୍ୟକ୍ଷ) । ଯାଜପୁର ଜିଲ୍ଲା ରାଜେନ୍ଦ୍ର କାନ୍ଦୁଲିଆ (ଅଧ୍ୟକ୍ଷ), ଶାନି ଜରିକା (ଉପାଧ୍ୟକ୍ଷ) । ଝାରସୁଗୁଡ଼ା ଜିଲ୍ଲା ପାଇଁ ସାମଲ ନାଏକ (ଅଧ୍ୟକ୍ଷ), ସଂଯୁକ୍ତା ଓରାମ (ଉପାଧ୍ୟକ୍ଷ) । କଳାହାଣ୍ଡି ଜିଲ୍ଲା ପାଇଁ ବିଜୟ ଦିଶାରୀ (ଅଧ୍ୟକ୍ଷ), ରୀନା ଭୋଇ (ଉପାଧ୍ୟକ୍ଷ) । କନ୍ଧମାଳ ଜିଲ୍ଲା ପାଇଁ ମାନଗୋବିନ୍ଦ ପ୍ରଧାନ (ଅଧ୍ୟକ୍ଷ), କଳ୍ପନା କହଁର (ଉପାଧ୍ୟକ୍ଷ) । କେନ୍ଦୁଝର ଜିଲ୍ଲା ପାଇଁ ମମିତା ନାୟକ (ଅଧ୍ୟକ୍ଷ), ମାନସ କୁମା ନାଏକ ( ଉପାଧ୍ୟକ୍ଷ) । କୋରାପୁଟ ଜିଲ୍ଲା ପାଇଁ ଭଗବାନ ମୁଦୁଲି (ଅଧ୍ୟକ୍ଷ), ସୁକାନ୍ତି ମାଝୀ (ଉପାଧ୍ୟକ୍ଷ) । ମାଲକାନଗିରି ଜିଲ୍ଲା ପାଇଁ ଗଙ୍ଗାଧର ସୋଡି (ଅଧ୍ୟକ୍ଷ), ସାବିତ୍ରୀ ପଡ଼ିଆମୀ ( ଉପାଧ୍ୟକ୍ଷ) । ମୟୁରଭଞ୍ଜ ଜିଲ୍ଲା ଡ.ବୁଦ୍ଧନ ମୁର୍ମୁ (ଅଧ୍ୟକ୍ଷ), କୌଶଲ୍ୟ ନାଏକ ( ଉପାଧ୍ୟକ୍ଷ) । ନବରଙ୍ଗପୁର ଜିଲ୍ଲା ପାଇଁ ବାସନ୍ତୀ ମାଝୀ, (ଅଧ୍ୟକ୍ଷ) ତ୍ରିନାଥ ଭତ୍ରା (ଉପାଧ୍ୟକ୍ଷ) । ନୟାଗଡ଼ ଜିଲ୍ଲା ପାଇଁ ତ୍ରିନାଥ ମଲ୍ଲିକ (ଅଧ୍ୟକ୍ଷ), ସମିତା ଦେହୁରୀ ( ଉପାଧ୍ୟକ୍ଷ) । ନୂଆପଡ଼ା ଜିଲ୍ଲା ପାଇଁ ଇଂ ହୋମେସସିଂହ ମାଝୀ (ଅଧ୍ୟକ୍ଷ), ବେଲମାତି ମାଝୀ (ଉପାଧ୍ୟକ୍ଷ) । ରାୟଗଡ଼ା ଜିଲ୍ଲା ପାଇଁ ବିଦ୍ୟାଧର ଶବର, (ଅଧ୍ୟକ୍ଷ),, ମଞ୍ଜୁଲା ମିନିଆକା (ଉପାଧ୍ୟକ୍ଷ) । ସମ୍ବଲପୁର ଜିଲ୍ଲା ପାଇଁ ଭାଗିନ୍ଦ୍ର କିଶାନ (ଅଧ୍ୟକ୍ଷ), ସୁଷମା ମୁଣ୍ଡା (ଉପାଧ୍ୟକ୍ଷ) । ସୁନ୍ଦରଗଡ଼ ଜିଲ୍ଲା ପାଇଁ ସନ୍ତୋଷ କୁମାର ଅମାତ, ଅଧ୍ୟକ୍ଷ, ଗାଙ୍ଗି କିଣ୍ଡୋ ( ଉପାଧ୍ୟକ୍ଷ) ଦାୟିତ୍ୱ ଦିଆଯାଇଛି ।

Tags: