ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ପାଇଁ ହେବ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ପାଇଁ ହେବ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା

ପୁରୀ : ପୁରୀ ଶ୍ରୀମନ୍ଦିରରେ ସୁରୁଖୁରୁରେ ଦର୍ଶନ କରି ପାରିବେ ଦିବ୍ୟାଙ୍ଗ । ଏଥିପାଇଁ ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ପାଇଁ ହେବ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଛି । ଏଥିରେ ଶ୍ରୀମନ୍ଦିର ପରିଚାଳନା କମିଟି ସେବକ ସଦସ୍ୟଙ୍କ ସମେତ ବରିଷ୍ଠ ସେବକ ମଧ୍ୟ ନିମନ୍ତ୍ରିତ ସଦସ୍ୟ ଭାବରେ ଯୋଗ ଦେଇ ଥିଲେ । ଆଗାମୀ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ପ୍ରସ୍ତାବିତ ମାର୍ଗଦର୍ଶିକା ଉପସ୍ଥାପନ କରାଯିବ ।ପରିଚାଳନା କମିଟି ଅନୁମୋଦନ କ୍ରମେ ପ୍ରସ୍ତାବିତ ମାର୍ଗଦର୍ଶିକାକୁ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟପ୍ରଶାସନ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପ୍ରକ୍ରିୟା ଆରମ୍ଭ

Tags: