ବିଜେଡି ର ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି
ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ କ୍ରସ ଭୋଟିଂ ! ବିଜେଡି ଏବଂ କଂଗ୍ରେସ ର ଅଯୋଗ୍ୟତା ଆବେଦନକୁ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ । ବିଜେଡିରୁ ନିଲମ୍ବିତ ୮ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ହେବନାହିଁ । କ୍ରସଭୋଟିଂ ପାଇଁ ୮ ବିଧାୟକଙ୍କ ବିରୋଧରେ ବିଜେଡି ଅଭିଯୋଗ କରିଥିଲା । ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ ହୋଇଥିଲା ରାଜ୍ୟସଭା ନିର୍ବାଚନ । ଦଳୀୟ ହୁଇପ ଅମାନ୍ୟ, ସର୍ବସାଧାରଣରେ ଦଳ ବିରୋଧରେ ମନ୍ତବ୍ୟ ଦେବା ଅଭିଯୋଗରେ ୮ ଜଣ ବିଧାୟକଙ୍କ ପଦ ରଦ୍ଦ କରିବା ପାଇଁ ବାଚସ୍ପତିଙ୍କ ନିକଟରେ ପିଟିସନ ଦାୟର କରିଥିଲା ବିଜେଡି ।
ଅଯୋଗ୍ୟ ଘୋଷିତ ସଦସ୍ୟ ମାନଙ୍କ ମଧ୍ୟରେ ବାଲେଶ୍ୱର ର ସୁବାଷିନୀ ଜେନା, ଅରବିନ୍ଦ ମହାପାତ୍ର, ଚନ୍ଦ୍ରମଣି କହଁର, ସନା ମହାକୁଡ଼, ନବ କିଶୋର ମଲ୍ଲିକ, ରମାକାନ୍ତ ଭୋଇ, ଦେବୀ ରଞ୍ଜନ ତ୍ରିପାଠୀ ଓ ସୌଭିକ ବିଶ୍ଵାଳ କ୍ରସ୍ ଭୋଟିଂ କରିଥିଲେ ।
ସେହିପରି, କଂଗ୍ରେସର ୩ ସଦସ୍ୟଙ୍କ ପଦ ରଦ୍ଦ କରିବା ପାଇଁ ଆବେଦନ କରିଥିବା ପିଟିସନକୁ ମଧ୍ୟ ଖାରଜ କରିଛନ୍ତି ବାଚସ୍ପତି । ଏମାନଙ୍କ ମଧ୍ୟରେ ଅଛନ୍ତି ସୋଫିଆ ଫିରଦୋୖସ ,ରମେଶ ଜେନା, ଦାଶରଥୀ ଗମାଙ୍ଗ।
ଅନ୍ୟପଟେ, ବିଜେଡି ପିଟିସନ ଖାରଜ ପରେ କେନ୍ଦ୍ରାପଡା ବିଜେଡି ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର କହିଛନ୍ତି , ସଂଗଠନର ଅବସ୍ଥା ଠିକ ନାହିଁ । ଦଳରୁ ବିଧାୟକ ଓ ସାଂସଦଂକ ସଂଖ୍ୟା କମି କମି ଯାଉଛି ଇ ଆଗକୁ ଆହୁରି ମଧ୍ୟ ଦଳ ଛାଡ଼ିବେ ।




