ଝାରସୁଗୁଡା ଜେଲ ଭିତରେ ଏସ୍‌ପିଙ୍କ ଅଚାନକ ଚଢ଼ାଉରେ

ଝାରସୁଗୁଡା ଜେଲ ଭିତରେ ଏସ୍‌ପିଙ୍କ ଅଚାନକ ଚଢ଼ାଉରେ
Samaya Live News Picture
Published On

ଝାରସୁଗୁଡା: ଝାରସୁଗୁଡା ଜେଲ୍ ଭିତରେ ଏସପିଙ୍କ ସରପ୍ରାଇଜ୍ ଭିଜିଟ । ଗୁରୁବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପ୍ରତ୍ୟେକ୍ଷ ନେତୃତ୍ୱରେ ଜେଲ୍ ଭିତରେ ପଶିଛି ପୋଲିସର ସ୍ପେଶାଲ୍ ଟିମ୍ । ଜେଲର କୋଣ ଅନୁକୋଣରେ ଚାଲିଛି ସର୍ଚ୍ଚ ଅପରେସନ । ଚଢ଼ାଉ ବେଳେ ଜେଲ୍ ଭିତରୁ ବିପୁଳ ପରିମାଣର ମାଦକ ଦ୍ରବ୍ୟ ସମେତ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି । ଜେଲ ଭିତରେ ଅପରାଧୀମାନେ ଖୁଲମ ଖୋଲା ନିଶା କାରବାର ଓ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀ ବ୍ୟବହାର କରୁଥିଲେ। 

ଆଜି ସକାଳୁ ସକାଳୁ ଝାରସୁଗୁଡା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏକ ବଡ଼ ପୋଲିସ ଫୋର୍ସ ହଠାତ୍ ଜେଲ୍ ଭିତରେ ଚଢ଼ାଉ କରିଥିଲା । ଚଢ଼ାଉ ପରେ କାରାଗାରର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ସମୀକ୍ଷା କରାଯାଇଥିଲା। ଜେଲ ଭିତରେ ଗଞ୍ଜେଇ, ନିଶା ବଟିକା ଏବଂ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ଜବତ କରାଯାଇଛି । ସିସିଟିଭି ନଜର, କଏଦୀ ପରିଚାଳନା ଓ ଦର୍ଶନାର୍ଥୀଙ୍କ ଯାଞ୍ଚ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏସ୍‌ପି ଜେଲ୍ କର୍ତ୍ତୃପକ୍ଷଙ୍କୁ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  

Tags: