ହଟିଲା ସୌରିନ୍ ଭଟ୍ଟଙ୍କ ଅନ୍ତରୀଣ ଜାମିନ

ହଟିଲା ସୌରିନ୍ ଭଟ୍ଟଙ୍କ ଅନ୍ତରୀଣ ଜାମିନ
Samaya Live News Picture
Published On

କଟକ : ସୌରିନ୍ ଭଟ୍ଟଙ୍କ ଅଡୁଆ ବଢ଼ିଲା । କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅନ୍ତରୀଣ ଜାମିନ ହଟାଇଲେ ଓଡିଶା ହାଇକୋର୍ଟ । ବିବାହ ପ୍ରତିଶୃତି ଦେଇ ତାଙ୍କ ବିରୋଧରେ ଦୁଷ୍କର୍ମ ଏବଂ ଠକେଇ ଅଭିଯୋଗ ଆଣିଥିଲେ ଜଣେ ଯୁବତୀ । ସୌରିନ୍ ବାରମ୍ବାର ଅଦାଲତି ନିର୍ଦ୍ଦେଶକୁ ଅବମାନନା କରିବାରୁ ତାଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ହଟାଇ ଦେଇଛନ୍ତି ହାଇକୋର୍ଟ ଏବଂ ନିମ୍ନ ଅଦାଲତରେ ହାଜର କରାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତ ୨୦ ତାରିଖରେ ସୌରିନ ଆତ୍ମସମର୍ପଣ କରିବାର ଥିଲା। କିନ୍ତୁ ତାହା କଲେ ନାହିଁ। ତେଣୁ ହାଇକୋର୍ଟ କ୍ଷୁବ୍ଧ ହେବା ସହିତ NBW ଉପରେ ଜାରି ହୋଇଥିବା ରହିତାଦେଶକୁ ହଟାଇ ଦେଇଛନ୍ତି ଏବଂ ଅଭିଯୁକ୍ତ ସୌରିନ ଭଟ୍ଟଙ୍କ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାନୁସାରେ, କଟକ ଜଗତପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା, ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେବା ଭଳି ସଂଗୀନ ଅଭିଯୋଗ ହୋଇଥିଲା । ଏନେଇ କଟକ ମହିଳା ଥାନାରେ ଏତଲା ଦେଇଥିଲେ ଯୁବତୀ । କଟକ ଏସ୍‌ଡିଜେଏମ୍‌ କୋର୍ଟ ୨୦୨୩ ମସିହା ନଭେମ୍ବର ୨୩ରେ ସୌରିନ୍ ଭଟ୍ଟଙ୍କ ବିରୋଧରେ NBW ଜାରି କରିଥିଲେ । ଏହି NBW ବିରୋଧରେ ସେ ହାଇକୋର୍ଟକୁ ଆସିଥିଲେ । ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରି କରିବା ସହ ସୌରିନ୍ ଭଟ୍ଟଙ୍କୁ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଗତ ୨୦ତାରିଖ ପୂର୍ବରୁ ସେ ନିମ୍ନ ଅଦାଲତରେ ଆତ୍ମ ସମର୍ପଣ କରିବେ ବୋଲି ତାଙ୍କ ଓକିଲ ହାଇକୋର୍ଟଙ୍କୁ ଅବଗତ କରିଥିଲେ। ପରେ କିନ୍ତୁ ସୌରିନ ଆଉ ମହିଳା ଥାନାରେ ହାଜର ହୋଇ ନଥିଲେ। ପୋଲିସ ବାରମ୍ବାର ଖୋଜି ନପାଇବା ପରେ ସୌରିନଙ୍କ ପୈତୃକ ଘରେ ଲଟକା ଜାରି ହୋଇଥିଲା । ପରେ କ୍ରାଇମବ୍ରାଞ୍ଚ ସହାୟତାରେ ମହିଳା ଥାନା ପୋଲିସ ରେଡ କର୍ଣ୍ଣର ନୋଟିସ ଜାରି କରିଥିଲା । ତେବେ ସେ ହାଜର ନହେବାରୁ ହାଇକୋର୍ଟ ପୂର୍ବରୁ ଜାରି କରିଥିବା ରହିତାଦେଶକୁ ହଟାଇ ଦେଇଛନ୍ତି ।

 

Tags: