ସୌମ୍ୟ ରଞ୍ଜନ ମୃତ୍ୟୁ ଘଟଣା ଥିଲା ଅଚାନକ - କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ବାଲିଅନ୍ତା ଜିଆରପି କନଷ୍ଟେବଳ ସୌମ୍ୟ ହତ୍ୟା ମାମଲାକୁ ୩ ମାସ ପୁରିବାକୁ ଯାଉଛି । ଏହା ପୂର୍ବରୁ ପୂର୍ବରୁ ତଦନ୍ତକାରୀ ଟିମ୍ ଟ୍ରାଏଲ୍ କୋର୍ଟରେ ୨୦ ଜଣ ଅଭିଯୁକ୍ତଙ୍କ ନାଁରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି । କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ପ୍ରାଥମିକ ଚାର୍ଜସିଟ୍ ଅନୁସାରେ, ସୌମ୍ୟରଞ୍ଜନଙ୍କ ହତ୍ୟା ଯୋଜନାବଦ୍ଧ ଭାବେ ହୋଇନଥିଲା । ପୂର୍ବରୁ କିଛି ବିଧିବଦ୍ଧ ଯୋଜନା ନଥିଲା କି କେହି ଷଡ଼ଯନ୍ତ୍ର କରିନଥିଲେ ।
ଯୁବତୀଙ୍କ ସହ ଝଗଡ଼ାରୁ ସଂଘବଦ୍ଧ ଆକ୍ରମଣ ଆଉ ପରେ ହତ୍ୟା । ସବୁକିଛି ଅଚାନକ ଘଟିଛି । ଜଣକ ପରେ ଜଣେ ସାମିଲ ହୋଇ ଏକ ବଡ଼ ଭିଡ଼ରେ ପରିଣତ ହେବା ପରେ ସୌମ୍ୟଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା ବୋଲି ଚାର୍ଜସିଟ୍ ରେ ଉଲ୍ଲେଖ ରହିଛି ।
ସେପଟେ,ସୌମ୍ୟଙ୍କ ନିଟରେ ଥିବା ୨ଟି ଫୋନ ମଧ୍ୟରୁ ଗୋଟିଏ ଫୋନ୍ ଘଟଣା ସ୍ଥଳରୁ ମିଳିଥିଲା । ଦ୍ଵିତୀୟ ଫୋନ ର ଯାଞ୍ଚ ପାଇଁ ସୌମ୍ୟ ଙ୍କ ବାପା ଦୁଃଶାସନ ସ୍ୱାଇଁ ଆଣି କ୍ରାଇମବ୍ରାଞ୍ଚ ନିକଟରେ ଜମା କରିଛନ୍ତି । ୨ୟ ଫୋନ ଟିରେ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ରହିଥିବା ସୂଚନା ମିଳିଛି ଇ ଫୋନରେ କିଛି ହ୍ୱାଟ୍ସଆପ୍ ଚାଟ୍ ଏବେ ଭାଇରାଲ୍ ହେଉଛି । ସୌମ୍ୟ ଟ୍ରେନର ଥିବା ସତ୍ୟବିହାର ଅଂଚଳର ଫିଟ୍ନେସ ଗାଲାକ୍ସି ଜିମ ବାବଦରେ ବହୁ ତଥ୍ୟ ରହିଛି ଇ କିଛି ହିସାବ କିତାବ ସହ ସୌମ୍ୟ ମାଲିକଙ୍କୁ ଜିମ ଛାଡିବା ବିଷୟରେ ଚାଟ୍ ମଧ୍ୟ ରହିଥିବା ଜଣାପଡିଛି । ବିଭିନ୍ନ ଭିଡିଓରୁ ଏଯାବତ ୨୫ ଜଣଙ୍କୁ ଚିହ୍ନଟ କରାଯାଇଛି । ୨୦ ଜଣ ଗିରଫ ହୋଇଛନ୍ତି । ଅନ୍ୟ ୫ ଏବେ ବି ଫେରାର୍ ଅଛନ୍ତି ।
ଦୀର୍ଘ ଦିନ ହେବ ଫେରାର୍ ଥିବାରୁ ୫ ଜଣଙ୍କୁ ପଳାତକ ଘୋଷଣା କରିବାକୁ ଖୁବଶିଘ୍ର ପ୍ରକ୍ରିୟା ଆରମ୍ଭ ହେବ । କ୍ରାଇମବ୍ରାଞ୍ଚ ପକ୍ଷରୁ ଲୁକ୍ଆଉଟ୍ ସର୍କୁଲାର ମଧ୍ୟ ଜାରି କରାଯାଇପାରେ । ସୌମ୍ୟଙ୍କ ଦ୍ୱିତୀୟ ଫୋନ୍ ରେ କିଛି ଗୁରୁତ୍ୱପୂର୍ଣ୍ଣ ଭିଡିଓ ଥିବା କୁହା ଯାଉଛି । ମାତ୍ର ତାର ସତ୍ୟତା ନେଇ କ୍ରାଇମବ୍ରାଞ୍ଚ କୌଣସି ପ୍ରକାର ସୂଚନା ଦେବାକୁ ମନା କରିଛି । ଫୋରେନ୍ସିକ୍ ରିପୋର୍ଟ ଆସିବା ପରେ ତାହା ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ଟିମ୍ ପକ୍ଷରୁ କୁହାଯାଇଛି ।




