ସୌମ୍ୟ ରଞ୍ଜନ ହତ୍ୟା ମାମଲା ,୬୦ ନଂ ଜାତୀୟ ରାଜପଥ ଅବରୋଧ କଲେ ସମ୍ପର୍କୀୟ

ସୌମ୍ୟ ରଞ୍ଜନ ହତ୍ୟା ମାମଲା ,୬୦ ନଂ ଜାତୀୟ ରାଜପଥ ଅବରୋଧ କଲେ ସମ୍ପର୍କୀୟ
Samaya Live News Picture
Published On

ବାଲିଅନ୍ତା : ବାଲିଅନ୍ତା ସୌମ୍ୟରଞ୍ଜନ ସ୍ୱାଇଁଙ୍କ ହତ୍ୟା ମାମଲାରେ ରାସ୍ତାରୋକ କଲେ ସୌମ୍ୟଙ୍କ ସମ୍ପର୍କୀୟ ଓ ପରିବାର । ଟାୟାର ଜାଳି ଫୁଲନଖରା-ନିଆଳି ୬୦ ନମ୍ବର ରାଜ୍ୟ ମୁଖ୍ୟ ରାଜପଥକୁ ଅବରୋଧ କରିଛନ୍ତି ଆନ୍ଦୋଳନ କରିଛନ୍ତି । ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ସହ ଉପସ୍ଥିତ ଥିବା ପୋଲିସ କର୍ମଚାରୀଙ୍କୁ ତୁରନ୍ତ ସସ୍ପେଣ୍ଡ କରିବାକୁ ଦାବି କରି ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ସେହିପରି ସୌମ୍ୟରଂଜନଙ୍କ ଚାକିରିରେ ଥିବା ବକେୟା ଦରମା ମିଳୁ ବୋଲି ଦାବି କରିଛନ୍ତି । ରାଜପଥରେ ମୃତଦେହ ରଖି ଦୋଷୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରି ଶତାଧିକ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି । ଘଟଣାସ୍ଥଳରେ ପୁଲିସ ମୁତୟନ ରହି ଲୋକଙ୍କୁ ବୁଝାସୁଝା କରୁଛି । ଅନ୍ୟପଟେ ଗତକାଲି ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କୁ ଝାରପଡା ଥାନାକୁ ପୋଲିସ ପଠାଇଥିବା ସୂଚନା ମିଳିଛି ।

ଗତକାଲି ,ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର କାଜ ନିକଟରେ ଏକ ଅମାନୁଷିକ ହତ୍ୟାକାଣ୍ଡ ଘଟିଥିଲା । କଟକ ରେଳବାଇରେ କନଷ୍ଟେବଳ ଭାବେ କାର୍ଯ୍ୟରତ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ଲୋକେ ପିଟିପିଟି ମାରି ଦେଇଛନ୍ତି। ତାଙ୍କର ହାତଗୋଡ଼ ବାନ୍ଧି ପଶୁ ଭଳି ନୃଶଂସ ଭାବେ ମାଡ଼ ମାରିବାରୁ ତାଙ୍କର ପ୍ରାଣ ଚାଲିଯାଇଛି। ବଡ଼କଥା ହେଉଛି ଘଟଣା ସମୟରେ ପୁଲିସ ଉପସ୍ଥିତ ଥିବା ସତ୍ତ୍ବେ କେବଳ ଦେଖଣାହାରୀ ସାଜିଥିବା ଅଭିଯୋଗ ହୋଇଛି।

Tags: