ଗୋଟିଏ ମଞ୍ଚରେ ଏକାଠି ନଜର ଆସିଲେ ସୌମ୍ୟ,ବିଜୟ,ଅମର

ଗୋଟିଏ ମଞ୍ଚରେ ଏକାଠି ନଜର ଆସିଲେ ସୌମ୍ୟ,ବିଜୟ,ଅମର

ଯାଜପୁର : ରାଜ୍ୟରେ ଆଞ୍ଚଳିକ ଦଳ ଗଠନ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଆଜି ଏନେଇ ପ୍ରାକ ସୂଚନା ଦେଇସାରିଛନ୍ତି ପୂର୍ବତନ ବାରବାଟୀ ବିଧାୟକ ତଥା ଟାଣୁଆ ନେତା ମହମ୍ମଦ ମୋକିମ । ସେପଟେ ଆଜି ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ଆଉ ୩ ମହାରଥୀ I ଷୌମ୍ୟରଞ୍ଜନ ପଟ୍ଟନାୟକ,ବିଜୟ ମହାପାତ୍ର ଏବଂ ପୂର୍ବତନ ବଡ଼ଚଣା ବିଜେଡି ବିଧାୟକ ଅମର ସତ୍ପଥୀଙ୍କୁ ମଞ୍ଚରେ ଏକାଠି ଦେଖିବା ପରେ ଯାଜପୁର ରାଜନୀତି ଉଷ୍ମ ହେବାରେ ଲାଗିଛି । ତେବେ ଏହା କୌଣସି ରାଜନୈତିକ ସଭା ହୋଇନଥିଲେ ବି କୌଣସି ଏକ ବଡ଼ ସଙ୍କେତକୁ ଅପେକ୍ଷା କରିଛନ୍ତି ଯାଜପୁରବାସୀ । ଏହାକୁ ନେଇ ପୂର୍ବତନ ବରିଷ୍ଠ ନେତା ସୌମ୍ୟରଞ୍ଜନ କହିଥିଲେ ଏକ ଆଧ୍ୟାତ୍ମିକ ସଭାରେ ଆମେ ଏକାଠି ହୋଇଥିଲୁ ଅନ୍ୟ କିଛି ନୁହେଁ । ଯଦି କେହି ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ଏହାକୁ ଆମର ଖାତିର ନାହିଁ । କିଏ କଣ କହୁଛି କହୁ ସେଥିରେ କିଛି ଯାଏ ଆସେ ନାହିଁ । ଯାଜପୁରରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଗଡମଧୁପୁର ଠାରେ ଅନୁଷ୍ଠିତ ଶ୍ରୀ ଜଗନ୍ନାଥ ମହୋତ୍ସବରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍ ଧରିଛି । 

ସମ୍ବନ୍ଧିତ ଖବର ମହାନଦୀ ସମସ୍ୟା ପାଇଁ ବିଜେଡି ଦାୟୀ: ମନ୍ତ୍ରୀ ସୁରେଶ ପୂଜାରୀ

 

ସମ୍ବନ୍ଧିତ ଖବର ଜୁନ୍ ସୁଦ୍ଧା ପୌର ନିର୍ବାଚନ, ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ

Tags: