କନ୍ୟା ସୁମଙ୍ଗଳ ଯୋଜନା ପାଇଁ ଖୁବ ଶୀଘ୍ର ଆସିବ ଏସ ଓ ପି - ଉପମୁଖ୍ୟମନ୍ତ୍ରୀ

କନ୍ୟା ସୁମଙ୍ଗଳ ଯୋଜନା ପାଇଁ ଖୁବ ଶୀଘ୍ର ଆସିବ ଏସ ଓ ପି  - ଉପମୁଖ୍ୟମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନା ଭଳି ଝିଅଙ୍କ ପାଇଁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି କନ୍ୟା ସୁମଙ୍ଗଳ ଯୋଜନା । ଏନେଇ ଖୁବଶୀଘ୍ର ଆସିବ ଏସ ଓ ପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର)। ଝିଅ ଜନ୍ମ ହେବାର ବର୍ଷକ ମଧ୍ୟରେ ତା' ନାମରେ ଟଙ୍କା ରଖାଯିବ । ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ସେ କହିଛନ୍ତି ଯୋଜନାରେ ଝିଅକୁ ୨୧ ବର୍ଷ ହେବା ପରେ ତା ଅକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଯିବ ।

ଉପ ମୁଖ୍ୟମନ୍ତ୍ରୀଙ୍କ କହିବାନୁସାରେ, ଏସ ଓ ପି ପ୍ରସ୍ତୁତ ହେବା ପରେ ଯୋଜନାର ପୂର୍ଣ୍ଣ ରୂପରେଖ ସାମ୍ନାକୁ ଆସିବ ଏବଂ ସେହି ଅନୁଯାୟୀ ଏହାକୁ କାର୍ଯ୍ୟକାରୀ କରାଯିବ । କନ୍ୟା ସୁମଙ୍ଗଳ ଯୋଜନା ବଜେଟରେ ଘୋଷଣା ହୋଇଛି । କନ୍ୟା ସୁମଙ୍ଗଳ ଯୋଜନା ଏଜୁକେସନ ବେସଡ଼ ହେବ । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ଝିଅ ଶିଶୁଙ୍କ ଜନ୍ମରୁ ଆରମ୍ଭ କରି ତାଙ୍କର ଶିକ୍ଷା ଓ ଭବିଷ୍ୟତ ପାଇଁ ଆର୍ଥିକ ସୁରକ୍ଷା ଯୋଗାଇବ।

ଏହି ଯୋଜନା ଦ୍ୱାରା ଝିଅମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ୱାବଲମ୍ବନତାକୁ ବୃଦ୍ଧି ମିଳିବ ବୋଲି ଆଶା କରାଯାଉଛି। ଏଥିସହିତ ଏହା ଲୋକମାନଙ୍କ ମନୋଭାବରେ ପରିବର୍ତ୍ତନ ଆଣି ଝିଅ ଶିଶୁଙ୍କ ପ୍ରତି ସମ୍ମାନ ଓ ସୁରକ୍ଷା ବଢ଼ାଇବାରେ ମଧ୍ୟ ସହାୟକ ହେବ। ସରକାରଙ୍କ ଏହି ପଦକ୍ଷେପ ରାଜ୍ୟରେ ଝିଅମାନଙ୍କ ଭବିଷ୍ୟତକୁ ଆହୁରି ମଜବୁତ କରିବାରେ ଏକ ମାଇଲଷ୍ଟୋନ୍‌ ହେବ ବୋଲି ମନେ କରାଯାଉଛି। 

 

Tags: