କେଜି ରୁ ପିଜି ମାଗଣା ନାମଲେଖାକୁ ନେଇ ଏସଓପି ଘୋଷଣା
କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାରେ ପ୍ରଫେସନାଲ କୋର୍ସ ବାଦ,ମନଇଚ୍ଛା ଫି' ବଢାଇପାରିବେନି କଲେଜ
ଭୁବନେଶ୍ୱର : କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାକୁ ନେଇ SOP ଘୋଷଣା । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି, ଏହି ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ସରକାର ସ୍ବତନ୍ତ୍ର SOP ଜାରି କରିଛନ୍ତି । ଆର୍ଥିକ ଅନଗ୍ରସର ଯେପରି ଉଚ୍ଚଶିକ୍ଷାରକୁ ବଞ୍ଚିତ ନହେବେ ସେଥିପ୍ରତି ସରକାର ଗୁରୁତ୍ୱ ଦେଇଛନ୍ତି । ଗୁଣାତ୍ମକ ଶିକ୍ଷା ସମସ୍ତଙ୍କ ପାଖରେ ପହଞ୍ଚାଇବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ । ତେବେ ଏଥିରୁ ପ୍ରଫେସନାଲ କୋର୍ସକୁ ଏଥିରୁ ବାଦ୍ ଦିଆଯାଇଛି । ଏବର୍ଷ ରି-ଆଡମିଶନ SAMS ମାଧ୍ୟମରେ ହେବ । ଯେଉଁ ପିଲା ଆଡମିଶନ ବେଳେ ଟଙ୍କା ଦେଇଛନ୍ତି ଫେରସ୍ତ ପାଇବେ । ଯେଉଁ ଆକାଉଣ୍ଟରୁ ପଇସା ଆସିଛି, ସେହି ଆକାଉଣ୍ଟକୁ ପଇସା ଫେରିଯିବ ।
କୌଣସି ଶିକ୍ଷାନୁଷ୍ଠାନ ମନଇଚ୍ଛା ଫି' ବୃଦ୍ଧି କରିପାରିବେନି । ଏଥିପାଇଁ କୌଣସି କଲେଜ କୁ ଆର୍ଥିକ ଚାପ ପଡ଼ିବନାହିଁ । କଲେଜମାନଙ୍କୁ ପ୍ରତି ଶିକ୍ଷାବର୍ଷରେ କିସ୍ତି ହିସାବରେ ପିଲାଙ୍କ ଟଙ୍କା ଦିଆଯିବ। ଆଡମିଶନ୍ ପରେ ୧୦ %ପ୍ରତିଶତ, ଦ୍ୱିତୀୟରେ ୧୫%, ଓ ଏହାପରେ ୨୫, ୨୫ ଓ ୨୫ପ୍ରତିଶତ ଭାବେ ଟଙ୍କା ପ୍ରଦାନ କରାଯିବ। ତେବେ ହଷ୍ଟେଲ ଫି’ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ନୁହେଁ, ଛାତ୍ରୀଛାତ୍ର ମାନେ ହଷ୍ଟେଲରେ ରହିବାକୁ ହେଲେ ସେମାନଙ୍କୁ ସେ ବାବଦରେ ଦେୟ ଦେବାକୁ ପଡିବ ।
ନୂଆ SOPରେ କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାରେ ଥିବା ସର୍ତ୍ତାବଳୀଗୁଡିକ ଉଲ୍ଲେଖ କରାଯାଇଛି। କେଉଁମାନେ ଏହି ସୁବିଧା ପାଇବେ, କିପରି ଆବେଦନ କରିବେ ଏବଂ କେଉଁ ସଂସ୍ଥା ଏହାର କାର୍ଯ୍ୟକାରିତା ଉପରେ ନଜର ରଖିବ ସେସବୁ ସମ୍ପର୍କରେ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ।




