ଶାଶୂ-ଶ୍ବଶୁରଙ୍କୁ ପେଟ୍ରୋଲ ଢାଳି ଜାଳିଦେଲା ଜ୍ବାଇଁ

ଶାଶୂ-ଶ୍ବଶୁରଙ୍କୁ ପେଟ୍ରୋଲ ଢାଳି ଜାଳିଦେଲା ଜ୍ବାଇଁ
Samaya Live News Picture
Published On

ମୟୂରଭଞ୍ଜ : ଶାଶୂ-ଶ୍ବଶୁରଙ୍କୁ ଜାଳିଦେଲା ଜ୍ବାଇଁ । ମୟୂରଭଞ୍ଜ ଶୁଳିଆପଦା ଥାନା ପାକଟିଆ ନାଉପଦା ଗାଁରେ ଘଟିଛି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ଫେରାର ହୋଇଯାଇଛି ଅଭିଯୁକ୍ତ ଜ୍ବାଇଁ । ଅଭିଯୁକ୍ତ ଜ୍ୱାଇଁ ହେଉଛି ସେକ ସାଗିର। ଗୁରୁତର ଆହତ ହୋଇଥିବା ଶାଶୁ ଓ ଶ୍ୱଶୁର ହେଲେ ଶୁହାନା ବିବି ଓ ଶେକ ହାରୁନ ଅଲ୍ଲୀ । ଘଟଣାସ୍ଥଳରେ ଶୁଲିଆପଦା ପୋଲିସ ପହଂଚି ତଦନ୍ତ କରୁଛି ।

ସୂଚନା ଅନୁସାରେ, ପାରିବାରିକ କଳହ କାରଣରୁ ଅଭିଯୁକ୍ତଙ୍କ ସ୍ତ୍ରୀ କିଛି ଦିନ ହେବ ବାପା-ମା'ଙ୍କ ଘରେ ଆସି ରହୁଥିଲା । ଗତକାଲି ରାତି ଅଧରେ ଜ୍ୱାଇଁ ତାଙ୍କ ପତ୍ନୀଙ୍କୁ ନେବା ପାଇଁ ଶ୍ୱଶୁର ଘରେ ଆସି ପହଞ୍ଚିଥିଲେ। ତେବେ ଏତେ ରାତିରେ ଝିଅକୁ ଛାଡ଼ିବେ ନାହିଁ ଶ୍ୱଶୁର କହିବାରୁ ଶ୍ୱଶୁର ଜ୍ୱାଇଁଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଜ୍ୱାଇଁ ହଠାତ୍ ସାଙ୍ଗରେ ଆଣିଥିବା ପେଟ୍ରୋଲ ଶାଶୁ ଶ୍ଵଶୁରଙ୍କ ଉପରେ ଢାଳି ଦେଇ ନିଆଁ ଲଗାଇ ଦେଇଥିଲା । ଏହି ଘଟଣାରେ ଶାଶୁ ସ୍ୱରଣକୁ ମେଡିକାଲ ରେ ଭର୍ତି କରାଯାଇଥିବା ବେଳେ ଜ୍ୱାଇଁ ଫେରାର ହୋଇ ଯାଇଛି । ଶୁଳିଆପଦା ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା ଚାଲିଛି ।

 

Tags: