ରିମାଣ୍ଡରେ ଯିବେ ପୁତୁରା ଓ ଝିଆରୀ

ରିମାଣ୍ଡରେ ଯିବେ ପୁତୁରା ଓ ଝିଆରୀ
Samaya Live News Picture
Published On

ବ୍ରହ୍ମପୁର : ଗୋପାଳପୁର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ରଙ୍କ ହତ୍ୟାକାଣ୍ଡ ଘଟଣାରେ ରିମାଣ୍ଡରେ ଯିବେ ପୁତୁରା ଓ ଝିଆରୀ । ଅନ୍ୟ ୨ ଅଭିଯୁକ୍ତଙ୍କ ସହ ତୁଷାର ଓ ନିବେଦିତା ପାତ୍ରଙ୍କୁ ରିମାଣ୍ଡରେ ନେବ ଗୋପାଳପୁର ପୋଲିସ I ଚାରି ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣିବା ପାଇଁ JMFC ରୁରାଲ କୋର୍ଟରେ ଆବେଦନ କରିଛି ପୋଲିସ । 

ସେପଟେ, ସୁଧୀର ପାତ୍ରଙ୍କ ପୋଷ୍ଟ ମର୍ଟମରେ ସାଂଘାତିକ ଖୁଲାସା । ଅତ୍ୟଧିକ ମାଡ଼ ସହ ଶ୍ବାସ ରୁଦ୍ଧରୁ ହୋଇଛି ସୁଧୀରଙ୍କ ମୃତ୍ୟୁ । ସୁଧୀରଙ୍କ ମୁଣ୍ଡ ଓ ଛାତିରେ ପ୍ରବଳ ମାଡ଼ ହୋଇଥିଲା । ମାଡ଼ରେ ପିଞ୍ଜରା ହାଡ଼ ଭାଙ୍ଗିଯାଇଥିଲା । ଶ୍ୱାସ ରୁଦ୍ଧ ସହ ଛାନିଆରେ ସୁଧୀରଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି mkcg ର FMT ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସୁଦୀପା ଦାଶ । 

ସୂଚନାନୁସାରେ, ସୋମବାର ୫ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସରିବା ପରେ ଜେଲକୁ ଫେରିଛନ୍ତି । ଏହି ମାମଲାର ଗିରଫ ୯ ଅଭିଯୁକ୍ତଙ୍କ ମଧ୍ୟରୁ ଅଭିଯୁକ୍ତ କାଳୁ ପ୍ରଧାନ, ସୂର୍ଯ୍ୟ ପ୍ରତାପ ସିଂଙ୍କ ସମେତ ସୁଧୀରଙ୍କ ଝିଆରୀ ନିବେଦିତା ପାତ୍ର ଓ ପୁତୁରା ତୁଷାରଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବା ପାଇଁ ବିଚାର ବିଭାଗୀୟ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ଗ୍ରାମୀଣ କୋର୍ଟ ରେ ଆବେଦନ କରିଛି ପୋଲିସ । ସୁଧୀରଙ୍କ ଝିଆରୀ ନିବେଦିତା ପୋଲିସକୁ ଦେଇଥିବା ବୟାନ ଓ ସୁଧୀରଙ୍କ ଝିଅ ଗଣମାଧ୍ୟମକୁ ଦେଇଥିବା ବୟାନ ଭିତରେ ତାଳମେଳ ରହୁନାହିଁ । ସତ ଜାଣିବା ପାଇଁ ନିବେଦିତାର ମାଆ ଓ ମାମୁଙ୍କୁ ମଧ୍ୟ ଡକାଇଛି ପୋଲିସ । 

Tags: