ବାପାଙ୍କ ଶବ ଦାହ ପରେ ପୋଖରୀରେ ବୁଡି ଚାଲିଗଲେ ପୁଅ

ବାପାଙ୍କ ଶବ ଦାହ ପରେ ପୋଖରୀରେ ବୁଡି ଚାଲିଗଲେ ପୁଅ

ଢେଙ୍କାନାଳ : ଅଭାବନୀୟ ଘଟଣା । ବାପାଙ୍କ ଶବଦାହ ସାରି ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ପୁଅ । ଢେଙ୍କାନାଳ ଜିଲ୍ଲା କୋରିଆଁ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ଗୋଟିଏ ଡିଅଁରେ ଘରୁ ଉଠିଛି ୨ଟି କୋକେଇ । ମୃତକ ହେଲେ କୋରିଆ ଗାଁର ସୁଶାନ୍ତ ସାହୁ। ସୁଶାନ୍ତଙ୍କ ବାପା ବୁଲା ସାହୁଙ୍କର ବାର୍ଦ୍ଧକ୍ୟଜନିତ ମୃତ୍ୟୁ ହୋଇଥିଲା । ସଂସ୍କାର ପାଇଁ ବନ୍ଧୁ ବାନ୍ଧବଙ୍କ ସହ ସମ୍ପର୍କୀୟ ୩ପୁଅ ମିଶି କରିଆଁ ଗାଁ ମଶାଣୀକୁ ଯାଇଥିଲେ । ଶବ ଦାହ ସାରି ସମସ୍ତେ ଗ୍ରାମ ନିକଟସ୍ଥ ଶିବ ମନ୍ଦିର ପୋଖରୀକୁ ଗାଧୋଇବାକୁ ଯାଉଥିବା ବେଳେ ସେଠାରେ ସୁଶାନ୍ତ ବୁଡିଯାଇଥିଲେ । ସମ୍ପର୍କୀୟ ମାନେ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣାରେ ପରିବାର ସମେତ ପୁରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର ଉପାସନାଙ୍କ ଭୋଟ ସମ୍ପୂର୍ଣ୍ଣ ବେଆଇନ - ନବୀନ

Tags: