ବାପାଙ୍କ ଦଶାହ ଦିନ ପୁଅଙ୍କ ମୃତ୍ୟୁ

ଗତ ନଭେମ୍ବର ୧୧ ତାରିଖରେ ଗ୍ରାମର ୭୦ ବର୍ଷୀୟ ଉଦୟ ଗୌଡ଼ଙ୍କର ମୃତ୍ୟୁ ହୋଇଥିଲା। ବାପାଙ୍କୁ ଝୁରିଝୁରି ପୁଅ ରାଜେନ୍ଦ୍ର ଗୌଡ଼ (ଏକମାତ୍ର ରୋଜଗାରିଆ) ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ।

ବାପାଙ୍କ ଦଶାହ ଦିନ ପୁଅଙ୍କ ମୃତ୍ୟୁ

ଗଞ୍ଜାମ :  ବାପାଙ୍କ ଦଶାହ କାର୍ଯ୍ୟ ପୂର୍ବରୁ ଚାଲିଗଲା ପୁଅଙ୍କ ଜୀବନ । ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅତରଙ୍ଗ ଗାଁରେ । ଗତ ୧୧ ତାରିଖରେ ଅତରଙ୍ଗ ଗ୍ରାମର ୭୦ ବର୍ଷୀୟ ଉଦୟ ଗୌଡଙ୍କ ମୃତ୍ୟୁ ହୋଇଥିଲା । ପୁଅ ରାଜେନ୍ଦ୍ର ବାପାକୁ ଝୁରିଝୁରି ହଠାତ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଆସିକା ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଗ୍ରାମରେ ରାଜେନ୍ଦ୍ରଙ୍କ ଶବ ଆସିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ରାଜେନ୍ଦ୍ର ପରିବାରର ଏକ ମାତ୍ର ରୋଜଗାରିଆ । ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ବାପାର ଦଶାହ କାର୍ଯ୍ୟ ଏବଂ ପୁଅର ଅନ୍ତ୍ୟେଷ୍ଟି କ୍ରିୟା କେମିତି ହେବ ସେଥିପାଇଁ ପରିବାର, ବନ୍ଧୁବାନ୍ଧବ ଓ ଗ୍ରାମବାସୀ ଏବେ ଚିନ୍ତାରେ ପଡ଼ିଛନ୍ତି । ତାଙ୍କ ପରିବାର ପାଇଁ ସରକାରୀ ସହାୟତା ଦାବି କରିଛନ୍ତି ଗ୍ରାମବାସୀ ।

Read More ଭିଜିବ ରାଜ୍ୟ,ଆଉ ଏକ ଲଘୁଚାପ ସମ୍ଭାବନା

 

Read More ଆଉ ଏକ ବଡ଼ ଏନକାଉଣ୍ଟର,୭ ମାଓବାଦୀ ମୃତ

Tags: