ମା'ଙ୍କ ମୃତ୍ୟୁ ଶଯ୍ୟାରେ ଟଳି ପଡିଲେ ପୁଅ

ମା'ଙ୍କ ମୃତ୍ୟୁ ଶଯ୍ୟାରେ ଟଳି ପଡିଲେ ପୁଅ

ଜୟପୁର : ଏମିତି ବି ଆସେ ମୃତ୍ୟୁ । ଗୋଟିଏ ଘରୁ ଏକା ସହିତ ଉଠିଲା ମା'ପୁଅଙ୍କ କୋକେଇ । ମାଆର ମୃତ୍ୟୁ ସହି ପାରିଲେନି ପୁଅ । ମା'ଙ୍କ ମୃତଦେହକୁ ଧରି ହୃଦ୍‌ଘାତରେ ଚାଲିଗଲା ୪୫ ବର୍ଷୀୟ ପୁଅର ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ପରିଛା ସାହିରେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସମ୍ବନ୍ଧିତ ଖବର ପ୍ରତ୍ୟେକ ହୋର୍ଡ଼ିଂର ହେବ ଥାର୍ଡ଼ ପାର୍ଟି ଇନ୍ସ୍ୟୁରାନ୍ସ

ମିଳିଥିବା ସୂଚନାନୁଯାୟୀ, ପରିଛା ସାହିରେ ଗୋଟିଏ ଘରେ ମା' ଓ ପୁଅ କେବଳ ରହୁଥିଲେ । ପୁଅ ବିଲ ବାଡ଼ି କାମ କରୁଥିବା ବେଳେ ମା' ଘରେ ରହୁଥିଲେ । ସବୁଦିନ ପରି ଆଜି ସକାଳେ ପୁଅ କାମକୁ ଯିବା ବେଳେ ମା'ଙ୍କୁ ଡାକିଥିଲେ । ତେବେ ମା' ଘର ଭିତରୁ ନବାହାରିବାରୁ ପୁଅ ମା'ଙ୍କ ଖଟ ପାଖକୁ ଯାଇ ଡାକିଥିଲେ। କିନ୍ତୁ ମା'ଙ୍କ ମୃତ୍ୟୁ ହୋଇଥିବ ଜାଣି ତାଙ୍କୁ ଶକ୍ତ ଆଘାତ ଲାଗିଥିଲା । ମା'ଙ୍କ ମୃତଦେହକୁ ଧରି କାନ୍ଦୁଥିବାବେଳେ ହୃଦଘାତରେ ପୁଅଙ୍କର ମଧ୍ୟ ମୃତ୍ୟୁ ଘଟିଛି  I ଏହି ଦୁଃଖଦ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି  ।

ସମ୍ବନ୍ଧିତ ଖବର କ୍ୟାପିଟାଲ ହସ୍ପିଟାଲ ଚତୁର୍ପାଶ୍ୱରୁ ଜବର ଦଖଲ ଉଚ୍ଛେଦ

Tags: