ଏସଓଜି ଯବାନ ଗିରଫ

ଏସଓଜି ଯବାନ ଗିରଫ
Samaya Live News Picture
Published On

ଭୁବନେଶ୍ୱର : ଏସଓଜି ଯବାନ ଗିରଫ  । ଯୁବତୀଙ୍କ ଏତଲା କ୍ରମେ ଗିରଫ ହେଲେ ଏସଓଜି ଯବାନ ପୂର୍ଣ୍ଣଚନ୍ଦ୍ର ମହାନ୍ତି । ତାଙ୍କ ଘର ଯାଜପୁର ରେ ଏବଂ ସେ ଭୁବନେଶ୍ୱର ୭ମ ବାଟାଲିୟନ ରେ କାର୍ଯ୍ୟରତ ଥିଲେ । ଜଣେ ୨୩ବର୍ଷିଆ ଯୁବତୀଙ୍କୁ ବିବାହ କରିବାର ମିଥ୍ୟା ପ୍ରତିଶୃତି ଦେଇ ଶାରୀରିକ ସମ୍ବନ୍ଧ ରଖି ସେଥିରୁ ଓହରି ଯାଇଥିଲେ ପୂର୍ଣ୍ଣଚନ୍ଦ୍ର ମହାନ୍ତି । ଏହାକୁ ନେଇ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପୀଡିତା ଯୁବତୀ । ଅଭିଯୋଗ ଆଧାରରେ ପୋଲିସ ଭାରତୀୟ ନ୍ୟାୟ ସଂହିତା ଧାରା ୬୯ ଅନୁଯାୟୀ ମାମଲା ରୁଜୁ କରି ଯବାନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତାଙ୍କୁ କୋର୍ଟଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Tags: