ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିଲେ ଓଡ଼ିଆ ଝିଅ ସ୍ନିଗ୍ଧା ବିଶ୍ୱାଳ
ଭୁବନେଶ୍ୱର : ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଓଡିଆ ଝିଅ ସ୍ନିଗ୍ଧା ବିଶ୍ୱାଳ । ସ୍ନିଗ୍ଧା ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିବା ସହ ଓଡିଶା ପାଇଁ ଏହି ଖ୍ୟାତି ଆଣିବାରେ ସକ୍ଷମ ହୋଇଛନ୍ତି । ଏନ୍ଟିପିସି (ଅର୍ଥ)ର ପୂର୍ବତନ ନିର୍ଦ୍ଦେଶକ ତଥା ଆଡଭୋକେଟ୍ କୁଳମଣି ବିଶ୍ୱାଳ ଓ ମୀନତି ବିଶ୍ୱାଳଙ୍କ କନିଷ୍ଠ କନ୍ୟା ହେଉଛନ୍ତି ସ୍ନିଗ୍ଧା । ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିବା ସ୍ନିଗ୍ଧାଙ୍କୁ ପ୍ରତିଯୋଗିତାର ବିଭିନ୍ନ ରାଉଣ୍ଡରେ ମୁକାବିଲା […]
ଭୁବନେଶ୍ୱର : ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଓଡିଆ ଝିଅ ସ୍ନିଗ୍ଧା ବିଶ୍ୱାଳ । ସ୍ନିଗ୍ଧା ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିବା ସହ ଓଡିଶା ପାଇଁ ଏହି ଖ୍ୟାତି ଆଣିବାରେ ସକ୍ଷମ ହୋଇଛନ୍ତି । ଏନ୍ଟିପିସି (ଅର୍ଥ)ର ପୂର୍ବତନ ନିର୍ଦ୍ଦେଶକ ତଥା ଆଡଭୋକେଟ୍ କୁଳମଣି ବିଶ୍ୱାଳ ଓ ମୀନତି ବିଶ୍ୱାଳଙ୍କ କନିଷ୍ଠ କନ୍ୟା ହେଉଛନ୍ତି ସ୍ନିଗ୍ଧା । ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିବା ସ୍ନିଗ୍ଧାଙ୍କୁ ପ୍ରତିଯୋଗିତାର ବିଭିନ୍ନ ରାଉଣ୍ଡରେ ମୁକାବିଲା କରିବାକୁ ପଡିଥିଲା । ସେ ଏବେ ଆମେରିକାର ଓହିଓ ସହରରେ ଅବସ୍ଥାନ କରୁଛନ୍ତି ଏବଂ ଆମାଜନ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି ।
‘ସ୍କାଏୱାକ ପ୍ରଡକ୍ସନ’ ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜିତ କରାଯାଇଥିବା ବେଳେ ଏହାର ବିଚାରକ ଥିଲେ ବଲିଉଡର ପ୍ରଖ୍ୟାତ ଅଭିନେତା ଓ ପ୍ରଯୋଜକ ଅରନାଜ ଖାନ, ୨୦୦୧ ମସିହା ମିସ୍ ୱାଲ୍ର୍ଡ ତଥା ପ୍ରଖ୍ୟାତ ଅଭିନେତା ଓ ମଡେଲ ଆଦିତି କୋବିତ୍ରିକର, ସୁପର ମଡେଲ ଓ ଫ୍ୟାଶସ କନସଲାଟ ଦୀପ୍ତି ଗୁଜରାଲ ପ୍ରମୁଖ ।
ଦିଲ୍ଲୀ, ନୋଇଡା ଏବଂ ଗୁରୁଗାଓଁରେ ସ୍କାଏୱାକ ପ୍ରଡକସନ୍ସ କମ୍ପାନୀ ମଡେଲିଂ, ଆକଟିଂ ଓ କାଷ୍ଟିଂ କମ୍ପାନୀ ଭାବେ ପ୍ରସିଦ୍ଧିଲାଭ କରିଛି । ଏହାର ମ୍ୟାନେଜିଂ ଡାଇରେକ୍ଟର ମନିଷ ସହଦେବ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ମିଷ୍ଟର ମିସ୍ ମିଷ୍ଟ୍ରେସ ଦିଲ୍ଲୀ ଓ ଇଣ୍ଡିଆ ଗ୍ରାଣ୍ଡ ପ୍ରତିଯୋଗିତାମାନ ଆୟୋଜନ କରି ଆସୁଛି । ଯାହାଦ୍ୱାରା ପ୍ରତିଯୋଗିତାରେ ଭାଗ ନେଉଥିବା ପ୍ରତିଯୋଗୀମାନେ ଫିଲ୍ମ , ଫ୍ୟାଶନ ଶୋ’, ସିରିଏଲ ଓ ପ୍ରି ଆଡସ୍ରେ ନିଜର କ୍ୟାରିୟର ଗଢିପାରୁଛନ୍ତି । ମିଷ୍ଟର ମିସ୍ ମିଷ୍ଟ୍ରେସ ଇଣ୍ଡିଆ-୨୦୨୨ ସୁନ୍ଦରୀ ପ୍ରତିଯୋଗିତା ଦ୍ୱାରା ବଲିଉଡ୍ରେ ଆଶାୟୀ ଥିବା ମଡେଲମାନେ ଓ ଅଭିନେତାମାନେ ସୁଯୋଗ ପାଇବାକୁ ସହଜ ହେଉଛି । ସ୍କାଏୱାକ କମ୍ପାନୀ ଏକ ଉଚ୍ଚସ୍ତରୀୟ ବଲିଉଡ୍ ଏରଟେନମେ କମ୍ପାନୀ ଭାବରେ ଫ୍ୟାଶନ ଶୋ’ , ସୁନ୍ଦରୀ ପ୍ରତିଯୋଗିତା, ମଡେଲ ଏବଂ ଅଭିନେତା ମାନଙ୍କର ଦକ୍ଷତାକୁ ବୃଦ୍ଧି କରିବା ସହ ସେମାନଙ୍କୁ ପୁରସ୍କୃତ କରିଆସୁଛି । ସ୍କାଏୱାକ ପକ୍ଷରୁ ଭାରତର ବୃହତ ମଡେଲିଂ ପ୍ରତିଯୋଗିତାମାନ ଆୟୋଜନ କରିଆସୁଛି । ଯାହାଦ୍ୱାରା ଯୁବପିଢିମାନେ ସିଧାସଳଖ ବଲିଉଡରେ ପ୍ରବେଶ କରିବା ପାଇଁ ସୁଯୋଗ ପାଇପାରୁଛନ୍ତି ।
ସ୍ନିଗ୍ଧା ମିସ୍ ଇଣ୍ଡିଆ ସୁନ୍ଦରୀ ପ୍ରତିଯୋଗିତାରେ ବିଜୟୀ ହେବା ପରେ ତାଙ୍କ ପାଖକୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି । ସ୍ନିଗ୍ଧାଙ୍କ ଏହି ବିରଳ ସଫଳତାରେ ବନ୍ଧୁବାନ୍ଧବମାନେ ଖୁସିପ୍ରକଟ କରିଛନ୍ତି । ପ୍ରତିକ୍ରିୟାରେ ସ୍ନିଗ୍ଧା କହିଛନ୍ତି ଯେ, ସେ ଓଡ଼ିଶା ଆସି ସୋସିଆଲ ସେକ୍ଟରରେ କାମ କରିବା ପାଇଁ ଚାହାନ୍ତି । ସେ ଯଦି ଚାହିଁବେ ବଲିଉଡରେ ନିଜର କ୍ୟାରିୟର କରିପାରିବେ ।




