ଡାଲମା ହାଣ୍ଡିରେ ସାପ ! ୪୦ ଅସୁସ୍ଥ

ଡାଲମା ହାଣ୍ଡିରେ ସାପ ! ୪୦ ଅସୁସ୍ଥ
Samaya Live News Picture
Published On

ପଟ୍ଟାମୁଣ୍ଡାଇ : ଡାଲମା ହାଣ୍ଡିରେ ସାପ ! ବିଷାକ୍ତ ଡାଲମା ଖାଇ ୪୦ ଅସୁସ୍ଥ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟି ୧୦ ନମ୍ୱର ୱାର୍ଡରେ  ଘଟିଛି ଏହି ଘଟଣା । ଗୁରୁତର ଅବସ୍ଥାରେ ଅସୁସ୍ଥଙ୍କୁ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି ।

ବୁଧବାର ରାତିରେ ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ ୱାର୍ଡରେ ଚାଲିଥିଲା ଭାଗବତ ସପ୍ତାହ । ଏହି ଅଵସରରେ ୪୦୦ ଲୋକଙ୍କ ପ୍ରସାଦ ସେବନ ଲାଗି ଖାଦ୍ୟ ରନ୍ଧା ହୋଇଥିଲା । ହେଲେ ପ୍ରସାଦ ସେବନ ସମୟରେ ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଥିବା କିଛି ଲୋକ ଦେଖିଥିଲେ । ତେବେ ଏହା ପୂର୍ବରୁ କିଛି ଲୋକ ପ୍ରସାଦ ସେବନ କରି ସାରିଥିଲେ । ଏହାପରେ ଜଣେ ପରେ ଜଣଙ୍କ ଦେହ ଖରାପ ହୋଇପଡ଼ିଥିଲା । ସମସ୍ତଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ପଠାଯାଇଛି ।

 

 

Tags: