ଚିଟ୍‌ ଫଣ୍ଡ୍ ଟଙ୍କା ଫେରି ପାଇବେ କ୍ଷୁଦ୍ର ଜମାକାରୀ

ଚିଟ୍‌ ଫଣ୍ଡ୍ ଟଙ୍କା ଫେରି ପାଇବେ କ୍ଷୁଦ୍ର ଜମାକାରୀ
Samaya Live News Picture
Published On

ଭୁବନେଶ୍ଵର : ଚିଟ୍ ଫଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ତତ୍ପରତା । ୧୦ ହଜାର ଯାଏଁ ଟଙ୍କା ଫେରସ୍ତ ପାଇବେ କ୍ଷୁଦ୍ର ଚିଟ୍‌ ଫଣ୍ଡ୍ ଜମାକାରୀ। ଏହା ଛଡ଼ା ୮ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ଗୋଲ୍ଡେନ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ସମୂହର ପ୍ରଥମ ପର୍ଯ୍ୟାୟରେ ଫେରସ୍ତ ପାଇନଥିବା ସମସ୍ତ କ୍ଷୁଦ୍ର ଜମାକାରୀ ଉପକୃତ ହେବେ। ଏହାର ସୁଯୋଗ ନେବାକୁ ସମସ୍ତ ଆବେଦନକାରୀଙ୍କୁ ଅନୁରୋଧ କରାଯାଇଛି । ଏନେଇ ଅର୍ଥ ବିଭାଗ ପକ୍ଷରୁ ପ୍ରକାଶ ବିଜ୍ଞପ୍ତି ପାଇଛି । ଆସନ୍ତା ୨୦୨୬ ଜାନୁଆରୀ ୩୧ ଯାଏ ଟଙ୍କା ଫେରସ୍ତ ପ୍ରକ୍ରିୟା ଚାଲିବ। ତଦନ୍ତ କମିଶନ ସୁପାରିଶ କରିଥିବା ଓ ଫେରସ୍ତ ପାଇନଥିବା କ୍ଷୁଦ୍ର ଜମାକାରୀ ଏହି ସୁଯୋଗର ଲାଭ ଉଠାଇପାରିବେ।

ଜମାକାରୀମାନେ ଆବଶ୍ୟକୀୟ କାଗଜପତ୍ର ସହିତ ଆରଆଇଙ୍କ ନିକଟରେ ଆବେଦନ କଲେ ୧୫ ଦିନ ମଧ୍ୟରେ ସେମାନଙ୍କ ଜମା ରାଶି ଫେରି ପାଇବେ। ଏଥିପାଇଁ ଆଧାର କାର୍ଡ, ଭୋଟର କାର୍ଡ, ଡିଏଲ, ପାନ କାର୍ଡ, ମୂଳ ଜମା ରସିଦ, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଇତ୍ୟାଦି ଦାଖଲ କରିବାକୁ ହେବ।

ଟଙ୍କା ଫେରସ୍ତ ପ୍ରସଙ୍ଗରେ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ସରକାର ଗୋଟିଏ ପରେ ଗୋଟିଏ ନିର୍ବାଚନୀ ପ୍ରତିଶୃତି ପାଳନ କରୁଛନ୍ତି I ଲକ୍ଷାଧିକ ଚିଟଫଣ୍ଡ ଜମାକାରୀ ଟଙ୍କା ପାଇ ସାରିଲେଣି ।ଏବେ ସରକାର ଆଉ ୫ ଲକ୍ଷ ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ପର୍ଯ୍ୟାୟକ୍ରମେ ଅନ୍ୟ ଜମାକାରୀଙ୍କୁ ମଧ୍ୟ ଟଙ୍କା ଫେରାଯିବ। ବଡ଼ ଜମାକାରୀ ମଧ୍ୟ ଟଙ୍କା ଫେରିପାଇବେ ବୋଲି ମନମୋହନ କହିଛନ୍ତି।

Tags: