ଶ୍ରୀମନ୍ଦିର ଦର୍ଶନ ପାଇଁ ସ୍ଲଟ ବୁକିଂ !
ନାଟ ମଣ୍ଡପକୁ ଏୟାର କଣ୍ଡିସନଙ୍ଗି
ପୁରୀ : ଏଣିକି ସହଜ ହେବ କାଳିଆ ଦର୍ଶନ। ଶ୍ରୀମନ୍ଦିରରେ ଖୁବଶୀଘ୍ର ଲାଗୁ ହେବ ସ୍ଲଟ ବୁକିଂ ବ୍ୟବସ୍ଥା । ଉଭୟ ଲାଇନ ଓ ସ୍ଲଟ ବୁକିଂ ଦର୍ଶନ ଜାରି ରହିବା ନେଇ ଯୋଜନା ଚାଲିଛି । ସ୍ଲଟ ବୁକିଂ କରି ଶ୍ରଦ୍ଧାଳୁ ମାନେ କିଭଳି ନିର୍ଦ୍ଧିଷ୍ଟ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ତାକୁ ନଜରରେ ରଖି ବ୍ୟବସ୍ଥା କରାଯାଉଛି। ସ୍ୱତନ୍ତ୍ର ହୋଲଡିଂ ଏରିଆରେ ସ୍ଲଟ ବୁକିଂ ମାଧ୍ୟମରେ ଶ୍ରଦ୍ଧାଳୁ ଦର୍ଶନ କରିବେ । ପ୍ରଥମେ ପରୀକ୍ଷାମୂଳକ ଭାବରେ ସ୍ଲଟ ବୁକିଂ ଦର୍ଶନ ବ୍ୟବସ୍ଥା କରାଯିବ । ଏନେଇ ମନ୍ଦିର ପ୍ରଶାସନ ସହ ଆଲୋଚନା ହୋଇଛି।ମ୍ୟାନେଜିଙ୍ଗ କମିଟିରେ ଆଲୋଚନା ପରେ ସ୍ଲଟ ବୁକିଂକୁ ନେଇ ନିଷ୍ପତ୍ତି ହେବ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ନାଟ ମଣ୍ଡପକୁ ମଧ୍ୟ ଖୁବଶୀଘ୍ର ଏୟାର କଣ୍ଡିସନଙ୍ଗି ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିଭଳି ଧାଡି ଦର୍ଶନକୁ ନେଇ ପ୍ରସ୍ତୁତ ରାମ୍ପକୁ ଖୁବଶୀଘ୍ର ଲାଗୁ କରାଯିବ। ଶ୍ରୀମନ୍ଦିରରେ ଏକ ସମୟରେ ସାଢେ ଚାରି ହଜାରରୁ ପାଞ୍ଚ ହଜାର ଶ୍ରଦ୍ଧାଳୁ ଏକା ସମୟରେ ଦର୍ଶନ କରିପାରିବେ । ସମସ୍ତ ଦିଗକୁ ନଜରରେ ରଖି ଅନେକ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ।



