ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ,ପରିଚୟ ଅସ୍ପଷ୍ଟ

ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ,ପରିଚୟ ଅସ୍ପଷ୍ଟ
Samaya Live News Picture
Published On

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧୀନ ଦାମିଆ ବରବରା ଜଙ୍ଗଲରୁ ଏକ ଅଚିହ୍ନା ନର କଙ୍କାଳ ଉଦ୍ଧାର ହୋଇଛି । ନାଣ୍ଡୁରୁ ଗାଁ ନିକଟସ୍ଥ ରାଜିନୀ ସଂରକ୍ଷିତ ଘଞ୍ଚ ଜଙ୍ଗଲ ମଧ୍ୟରୁ ପ୍ୟାଣ୍ଟ, ଜ୍ୟାକେଟ ଓ ଜୋତା ପିନ୍ଧା ଅବସ୍ଥାରେ ମିଳିଛି ଏହି କଙ୍କାଳ । ସୂଚନା ପାଇ ଜଙ୍ଗଲ ବିଭାଗର ବାଣପୁର ପୋଲିସ ଘଟଣାସ୍ଥଳରେ ପହଂଚି ନର କଙ୍କାଳ ଜବତ କରିଛି l ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ଯାଞ୍ଚ କରିଛି । ଘଟଣାସ୍ଥଳର ପାରିପାର୍ଶ୍ୱିକ ସ୍ଥିତି ଏବଂ କଙ୍କାଳର ଅବସ୍ଥାକୁ ଦେଖି ମୃତ୍ୟୁ ପ୍ରାୟ ୧୫ରୁ ୨୦ ଦିନ ପୂର୍ବରୁ ହୋଇଥିବା ପୋଲିସ ପକ୍ଷରୁ ପ୍ରାଥମିକ ଭାବେ ଅନୁମାନ କରାଯାଉଛି । ତେବେ ଏହା ହତ୍ୟା ନା ସ୍ୱାଭାବିକ ମୃତ୍ୟୁ, କିଏ ଏହି ମୃତ ବ୍ୟକ୍ତି, ଜଙ୍ଗଲ ଭିତରକୁ କିପରି ଆସିଲେ, ଏସବୁକୁ ନେଇ ଏବେ ରହସ୍ୟ ଘନୀଭୂତ ହୋଇଛି । ମୃତକଙ୍କୁ ଅନ୍ୟ କୌଣସି ସ୍ଥାନରେ ହତ୍ୟା କରି ଏଠାରେ କେହି ଫିଙ୍ଗି ଦେଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ତେବେ ଏ ନେଇ ବାଣପୁର ପୋଲିସ 14/26 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ଅଧିକ ତଦନ୍ତ ପାଇଁ ଉକ୍ତ କଙ୍କାଳକୁ କଟକସ୍ଥିତ ଏଫଏମଟି ବିଭାଗକୁ ପଠାଇବ ବୋଲି ଜଣାପଡିଛି  ।

 

Tags: