ହାଜତ ମୃତ୍ୟୁ ଘଟଣାରେ ୬ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଗିରଫ

ହାଜତ ମୃତ୍ୟୁ ଘଟଣାରେ ୬  ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଗିରଫ
Samaya Live News Picture
Published On

ନରସିଂହପୁର : ହାଜତ ମୃତ୍ୟୁ ଘଟଣାରେ ୬ ଜଣ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଗିରଫ । ୨୦୧୬ ନରସିଂହପୁର ଥାନା ଭିତରେ ସରୋଜ ସେନାପତି ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ପଚରାଉଚରା ବାହାନାରେ ଥାନା ଭିତରେ ତାଙ୍କୁ ଅକଥନୀୟ ନିର୍ଯାତନା ଦେବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ । ଏହି ଘଟଣାରେ ଗିରଫ ହୋଇଥିବା ପୋଲିସ କର୍ମଚାରୀମାନେ ହେଲେ ଅବସରପ୍ରାପ୍ତ ଏଏସଆଇ ଭଗବାନ ସାହୁ, ଅବସରପ୍ରାପ୍ତ ହାବିଲଦାର ପ୍ରମୋଦ କୁମାର ପାତ୍ର, ହୋମ ଗାର୍ଡ ଯୋଗୀନାଥ ନାୟକ, ଭିକାରୀ ନାୟକ, ଭ୍ରମର ରଣା, ମହେଶ୍ବର ଦେବତା ।ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା, ପରେ ଜାମିନ ନାଂଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ସୂଚନା ଅନୁସାରେ, ୨୦୧୬ ଡିସେମ୍ବରରେ, ଅଳକା ନାୟକ ନାମକ ଜଣେ ମହିଳାଙ୍କ ଦ୍ୱାରା ଦାୟର ଘରୋଇ ବିବାଦ ଅଭିଯୋଗ ପରେ ମାଳିସାହି ଗ୍ରାମର ସରୋଜ ସେନାପତିଙ୍କୁ ନରସିଂହପୁର ପୋଲିସ ଷ୍ଟେସନକୁ ନିଆଯାଇଥିଲା। । ସରୋଜ ଙ୍କୁ ଥାନାକୁ ଆଣି ପଚରା ଉଚରା କରିବାବେଳେ, ପୋଲିସ ତାଙ୍କୁ ଅକଥନୀୟ ନିର୍ଯାତନା ଦେଇଥିଲା । ଫଳରେ ହାଜତ ଭିତରେ ହିଁ ସରୋଜଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଥାନାରେ ଧାରା- ୪୪୮,୩୪୨, ୩୪୧, ୩୨୩, ୫୦୬, ୩୦୨, ୩୪ ଅନୁଯାୟୀ ଆଇପିସି ରେ ମାମଲା ରୁଜୁ ହୋଇଥିଲା । ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶରେ ପୋଲିସ ଅଧିକାରୀ ନିରଞ୍ଜନ ଶବର ମାମଲାର ପରିଚାଳନା କରୁଥିଲେ ।

 

 

 

Tags: