ନିର୍ମାଣାଧୀନ ପାଇଖାନା ଟାଙ୍କିରେ ପଡି ୬ମୃତ

ନିର୍ମାଣାଧୀନ ପାଇଖାନା ଟାଙ୍କିରେ ପଡି ୬ମୃତ
Samaya Live News Picture
Published On

କଳାହାଣ୍ଡି : ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୬ଜଣଙ୍କର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଗୌଡ କର୍ଲାଖୁଣ୍ଟା ଗାଁରେ । ମଙ୍ଗଳବାର ସକାଳେ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଲୁଥିବାବେଳେ , ପ୍ରଥମେ ଜଣେ ଶ୍ରମିକ ଖସି ପଡ଼ିଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ଆଉ ୫ଜଣଙ୍କର ଅକାଳ ମୃତ୍ୟୁ ଘଟିଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ମଧ୍ୟରେ ୩ ମିସ୍ତ୍ରୀ, ଜଣେ ଶ୍ରମିକ, ମାଲିକ ଏବଂ ତାଙ୍କ ପୁଅ ଅଛନ୍ତି। ସକାଳୁ ସକାଳୁ ଏଭଳି ଅଘଟଣ ଶୁଣି ଅଞ୍ଚଳବାସୀ ସ୍ତବ୍ଧ ହୋଇଯାଇଛନ୍ତି ।

Tags: