ଡବଲ ଇଞ୍ଜିନ ସରକାରଙ୍କ ଏହା କଣ ଅମୃତ କାଳ - ସଞ୍ଜୟ ଦାସ ବର୍ମା
ଭୁବନେଶ୍ୱର : ରାଜ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଅହେତୁକ ମୂଲ୍ୟବୃଦ୍ଧି ପରେ ତେଲ ପାଇଁ ପଡିଛି ହାହାକାର। ପ୍ରଚଣ୍ଡ ଖରାରେ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ।ଦେଇ ଲୋକେ ହନ୍ତସନ୍ତ ହେଉଛନ୍ତି । ରାଜ୍ୟ ସହିତ ସାରାଦେଶରେ ଅଘୋଷିତ ଏମର୍ଜେନ୍ସି ଲାଗୁ ହୋଇଥିବା ପରି ଅନୁଭବ ହେଉଛି। ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ସଞ୍ଜୟ ଦାସ ବର୍ମା ।ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି- ସରକାର ୨ ବର୍ଷ ପୂର୍ତ୍ତି ପାଇଁ ବୈଠକ ପରେ ବୈଠକ ବସୁଛି । ଏପଟେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଥିବାବେଳେ ଲୋକେ ହନ୍ତସନ୍ତ ହେଉଛନ୍ତି।
ମହଙ୍ଗା ମାଡ଼ ଉପରେ ଆଜି ପୁଣି ପେଟ୍ରୋଲ ଡିଜେଲ ୩ ଟଙ୍କା ବୃଦ୍ଧି ହୋଇଛି। ମନ୍ତ୍ରୀ ଓ ସଚିବ କହୁଛନ୍ତି ପର୍ଯ୍ୟାପ୍ତ ଡିଜେଲ ପେଟ୍ରୋଲ ଅଛି। ଲୋକ ପ୍ୟାନିକ ହୁଅନ୍ତୁ ନାହିଁ ୧୩ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଅଛି। ଏହି ସ୍ଥିତିରେ ଡବଲ ଇଞ୍ଜିନ ସରକାର କେମିତି ଅମୃତକାଳ କଥା କହୁଥିଲେ ବୋଲି ପ୍ରଶ୍ନ କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ପରେ ଦେଶ ଓ ରାଜ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ୫ ରାଜ୍ୟର ନିର୍ବାଚନ ପରେ ଗ୍ୟାସ ଦର ବଢ଼ିଲା। ଟ୍ରକ ସବୁ ତେଲ ପାଇଁ ଲାଇନରେ ଲାଗିଛନ୍ତି। ରବି ଧାନ କିପରି ଉଠିବ। ଏବେ ଢ଼ିଙ୍କିଶାଳ ଠାରୁ ହାଂଡିଶାଳ ପର୍ଯ୍ୟନ୍ତ ମହଙ୍ଗା ମାଡ଼ ଦେଖା ଦେଇଛି ବୋଲି କହିଛନ୍ତି।
ଡବଲ ଇଞ୍ଜିନ ସରକାର କୌଣସି ଉତ୍ସବରେ ନମାତି ଉଚ୍ଚସ୍ତରୀୟ ବୈଠକ ଡାକି ଏହାର ସମାଧାନ କରିବାକୁ ଦାବି କରିଛନ୍ତି। ନ ହେଲେ ଜଣ ଆକ୍ରୋଶର ଶିକାର ହେବେ। ବିଜେଡି ଖୁବଶୀଘ୍ର ଦର ବୃଦ୍ଧି ଉପରେ ଆଗାମୀ ଦିନରେ ଆନ୍ଦୋଳନ କରିବେ ସେ ଚେତାବନୀ ଦେଇଛନ୍ତି।



