ମେ ୩୦ ରୁ ରାଜ୍ୟରେ ଆରମ୍ଭ ହେବ SIR

୩ କୋଟି ୩୪ ଲକ୍ଷ ଭୋଟର ,ବାଦ ପଡିଲେ ୯ ଲକ୍ଷ

ମେ ୩୦ ରୁ ରାଜ୍ୟରେ ଆରମ୍ଭ ହେବ SIR
Samaya Live News Picture
Published On

ଭୁବନେଶ୍ୱର :  ଓଡ଼ିଶାରେ ମେ’ ୩୦ ତାରିଖରୁ ଆରମ୍ଭ ହେବ ଏସ୍ଆଇଆର୍(ସ୍ପେଶାଲ ଇଣ୍ଟେନ୍ସିଭ୍‌ ରିଭିଜନ୍‌) । ଓଡ଼ିଶା ସମେତ ୧୬ ରାଜ୍ୟରେ ହେବ SIR । ଏ ନେଇ ପ୍ରେସମିଟ୍‌ରେ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନ୍ । ଭୋଟର ତାଲିକାକୁ ଅଧିକ ସଠିକ୍‌ ଓ ସ୍ୱଚ୍ଛ କରିବା ପାଇଁ ଏହି ବ୍ୟାପକ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ, ରାଜ୍ୟରେ ୯ ଲକ୍ଷ ୮୦ ହଜାରରୁ ଅଧିକ ଭୋଟର ତାଲିକାରୁ ବାଦ୍ ହୋଇଛନ୍ତି। ଯେଉଁମାନେ ଭାରତୀୟ ନାଗରିକ ନାହାନ୍ତି ସେମାନଙ୍କୁ ବାହାର କରାଯିବ । ଏହା ସହ ମୃତ, ସ୍ଥାନାନ୍ତରିତ କିମ୍ବା ଅଯୋଗ୍ୟ ଭୋଟରଙ୍କ ନାଁ ମଧ୍ୟ ବାଦ୍‌ ହେବ।

ରାଜ୍ୟରେ ବର୍ତ୍ତମାନ ୩ କୋଟି ୩୪ ଲକ୍ଷ ଭୋଟର ଥିବାବେଳେ, ମେ’ ୩୦ରୁ ଜୁନ୍‌ ୨୮ ପର୍ଯ୍ୟନ୍ତ ବୁଥ୍‌ ଲେଭେଲ୍‌ ଅଫିସର (BLO) ମାନେ ଘରେ ଘରେ ଯାଇ ଭୋଟରଙ୍କ ତଥ୍ୟ ଯାଞ୍ଚ କରିବେ। ତା’ପୂର୍ବରୁ ମେ’ ୨୦ରୁ ୨୯ ଯାଏ ପ୍ରସ୍ତୁତି, ପ୍ରଶିକ୍ଷଣ କାର୍ଯ୍ୟ ଚାଲିବ। ନୂଆ ଭୋଟର ଆଡ୍ ପାଇଁ ବ୍ଲାକ୍ ୬ ଫର୍ମ ଅଛି । ଘର ଘର ବୁଲି ଏହି ସର୍ଭେ ହେବାକୁ ଥିବାବେଳେ କୌଣସି ଡକ୍ୟୁମେଣ୍ଟ ଆବଶ୍ୟକ ନାହିଁ । ଜୁଲାଇ ୫ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ପାଇଁ ସମୟ ଦିଆଯିବ। ପରେ ସେପ୍ଟେମ୍ବର ୯ରେ ଅନ୍ତିମ ଭୋଟର ତାଲିକା ପ୍ରକାଶ ପାଇବ।

SIR ଶେଷ ସୁଦ୍ଧା ରାଜ୍ୟରେ ମୋଟ ୪୫ ହଜାର ୨୫୫ଟି ବୁଥ୍‌ ରହିବ ଓ ପ୍ରତ୍ୟେକ ବୁଥ୍‌ରେ ପ୍ରାୟ ୧୨୦୦ ଭୋଟର ରହିବେ।  ବର୍ତ୍ତମାନ ସୁଦ୍ଧା ବୁଥ୍ ସ୍ତରୀୟ ଏଜେଣ୍ଟ ୨୭,୭୨୩ ଥିବା ବେଳେ ୩୮,୧୨୩ ଜଣ ବିଏଲଓଙ୍କୁ ନିଯୁକ୍ତି ଦିଆଯାଇଛି । ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ନିଖୁଣ କରିବା ପାଇଁ ଏହାକୁ ଏକ ବଡ଼ ପଦକ୍ଷେପ ବୋଲି ଦେଖାଯାଉଛି।

Tags: