SIR ଅବହେଳା, ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ

SIR ଅବହେଳା, ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ
Samaya Live News Picture
Published On

ଭୁବନେଶ୍ୱର : SIR କାର୍ଯ୍ୟରେ ଅବହେଳା ପାଇଁ ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ ହୋଇଛନ୍ତି । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଫେଜ -୨ ହାଇସ୍କୁଲ ର ସହକାରୀ ଶିକ୍ଷୟିତ୍ରୀ ରଶ୍ମି ସାହୁଙ୍କୁ ନିଲମ୍ବନ କରାଯାଇଛି । ଜିଲ୍ଲା ନିର୍ବାଚନ ଅଧିକାରୀ ଚଞ୍ଚଲ ରାଣା ନିଲମ୍ବନ କରିଛନ୍ତି । ରଶ୍ମି ସାହୁଙ୍କୁ ବୁଥସ୍ତରୀୟ ଅଧିକାରୀ ଭାବରେ ନିଯୁକ୍ତି କରାଯାଇଥିଲା । ଜନପ୍ରତିନିଧିତ୍ୱ୍ୱ ଆଇନ ୧୯୫୦ ଧାରା ୩୨ (୧) ଆଧାରରେ ନିଲମ୍ବିତ କରାଯାଇଛି । SIR କାର୍ଯ୍ୟରେ ଅବହେଳା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଅନିୟମିତତା ରିପୋର୍ଟ ପରେ ଏହି ନିଲମ୍ବନ କରାଯାଇଥିଲା। ନିର୍ବାଚନ କର୍ତ୍ତୃପକ୍ଷ ଗୁରୁତ୍ୱାରୋପ କରିଥିଲେ ଯେ BLOମାନେ ଭୋଟର ତାଲିକାକୁ  ସଠିକ ଭାବରେ ତଥ୍ୟ ସଂଗ୍ରହ କରିବେ । ଏଥିରେ କୌଣସି ଅବହେଳା ହେଲେ ତାହା ସିଧାସଳଖ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ ।

Tags: