ରାଜ୍ୟରେ ଆଜିଠାରୁ ଏସଆଇଆର

ରାଜ୍ୟରେ ଆଜିଠାରୁ ଏସଆଇଆର
Samaya Live News Picture
Published On

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ଆରମ୍ଭ ହେଲା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ବା SIR । ଏହି ପ୍ରକ୍ରିୟା ଜୁନ ୨୮ ପର୍ଯ୍ୟନ୍ତ ଚାଲିବ। ଆଜିଠାରୁ ବୁଥ୍‌ ସ୍ତରୀୟ ଅଧିକାରୀ (ବିଏଲ୍ଓ)ଭୋଟରଙ୍କ ଘରକୁ ଯାଇ ଦୁଇଟି ପରିଗଣନା ଫର୍ମ ବଣ୍ଟନ କରିବେ । ଏଥିରେ ଭୋଟରଙ୍କ ବ୍ୟକ୍ତିଗତ ବିବରଣୀ ପରିବାର ସଦସ୍ୟଙ୍କ ସୂଚନା ଏବଂ ୨୦୦୨ ମସିହାର ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଦେବାକୁ ପଡ଼ିବ । ଜୁଲାଇ ୫ରେ ଚିଠା ପ୍ରସ୍ତୁତ ହୋଇ ଭୋଟର ତାଲିକା ପ୍ରକାଶ ପାଇବ । ତେବେ ପ୍ରକାଶିତ ତାଲିକାରେ ଯଦି କୌଣସି ତ୍ରୁଟି ଥିବ, ତେବେ ସେ ବାବଦରେ ଜୁଲାଇ ୫ରୁ ଅଗଷ୍ଟ ୪ ତାରିଖ ମଧ୍ୟରେ ଆପତ୍ତି ଓ ଅଭିଯୋଗ ଦାଖଲ କରିହେବ। ସେପ୍ଟେମ୍ବର ୬ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ମେ ୨୯ ସୁଦ୍ଧା ରାଜ୍ୟରେ ପ୍ରିଣ୍ଟିଂ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଥିବାବେଳେ ବିଏଲ୍ ଓମାନଙ୍କର ତାଲିମ ସରିଛି ।

ଏଥିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏନେଇ ସିଇଓ ଆର୍.ଏସ୍. ଗୋପାଳନ ସୂଚନା ଦେଇଛନ୍ତି । ବିଏଲ୍ ଓମାନେ ଘର ପରିଦର୍ଶନ ସମୟରେ ସେମାନଙ୍କର ତଥ୍ୟ ଯାଞ୍ଚ କରିବେ। 

ଶୁକ୍ରବାର ସିଇଓଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋପାଳନ କହିଥିଲେ; ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦେଶାନୁଯାୟୀ ଓଡ଼ିଶାରେ ଭୋଟର ତାଲିକାର ଏସ୍ଆଇଆର୍ ପ୍ରକ୍ରିୟା ପାଇଁ ସମୟସୂଚୀ ଘୋଷଣା ହୋଇଛି। କାର୍ଯ୍ୟସୂଚୀ ଅନୁଯାୟୀ; ଜୁଲାଇ ୧କୁ ଏସ୍ଆଇଆର୍ ପାଇଁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ମେ’ ୩୦ରୁ ଜୁନ୍ ୨୮ ପର୍ଯ୍ୟନ୍ତ ବିଏଲ୍ଓ ପ୍ରତି ଘରକୁ ଯାଇ ପ୍ରତ୍ୟେକ ଭୋଟର ପାଇଁ ଦୁଇଟି ପରିଗଣନା ଫର୍ମ ପ୍ରଦାନ କରିବେ। ଜଣେ ବି ଯୋଗ୍ୟ ଭାରତୀୟ ଭୋଟର ଯେମିତି ବାଦ ନ ପଡ଼ନ୍ତି ଓ ଅଯୋଗ୍ୟ ଭୋଟର ଯେମିତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନ ହୁଅନ୍ତି, ସେଥିପ୍ରତି ବିଏଲଓଙ୍କୁ ସଜାଗ ରହିବାକୁ ସିିଇଓ ଶ୍ରୀ ଗୋପାଳନ ନିର୍ଦେଶ ଦେଇଛନ୍ତି।

Tags: