ଓଡ଼ିଶା ସମେତ ୧୬ ରାଜ୍ୟରେ SIR ପାଇଁ ନିର୍ଦ୍ଦେଶ

 ଓଡ଼ିଶା ସମେତ ୧୬ ରାଜ୍ୟରେ SIR ପାଇଁ ନିର୍ଦ୍ଦେଶ
Samaya Live News Picture
Published On

ଭୁବନେଶ୍ୱର : ଓଡ଼ିଶା ସମେତ ୧୬ଟି ରାଜ୍ୟ ଓ ୩ କେନ୍ଦ୍ର ଶାସିତ ଅଞ୍ଚଳରେ SIR ଆରମ୍ଭ କରିବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ । ତୃତୀୟ ପର୍ଯ୍ୟାୟ SIR ପାଇଁ ECIଙ୍କ ଘୋଷଣା ହୋଇଛି ।  ଓଡ଼ିଶା ପାଇଁ ୩୮୧୨୩ ବିଏଲଏ (Booth Level Officers), ୮୩୯୧ ବିଏଲଏ ( Booth Level Agents​​​​​​​)ଙ୍କୁ ନିଯୁକ୍ତ କରାଯାଇଛି।  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏପ୍ରିଲ ୧ ତାରିଖରୁ ରାଜ୍ୟରେ ଏହି ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିପାଇଁ ବୁଥ୍ ସ୍ତରୀୟ ଅଧିକାରୀ-BLO ମାନେ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ କରୁଛନ୍ତି । ବିଶେଷ କରି ୨୦୦୨ ମସିହାର ଭୋଟର ତାଲିକା ସହ ବର୍ତ୍ତମାନର ତାଲିକାକୁ ମେଳ କରାଯାଇ ତ୍ରୁଟିଶୂନ୍ୟ ତାଲିକା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି । ୩୬ କୋଟିରୁ ଊର୍ଦ୍ଧ୍ଵ ଭୋଟରଙ୍କ ଘରକୁ ଘର ବୁଲିବେ ବୁଥ୍ ସ୍ତରୀୟ ଅଧିକାରୀ । କମିଶନ କହିଛନ୍ତି ଯେ ଏହି ପ୍ରକ୍ରିୟାର ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ଅଧିକ ସଠିକ ଏବଂ ତ୍ରୁଟିମୁକ୍ତ କରିବା।  ଯାହା ଦ୍ୱାରା ନିର୍ବାଚନ ପ୍ରକ୍ରିୟାରେ ବିଶ୍ୱାସକୁ ମଜବୁତ କରାଯିବ।  ତେବେ ୫ ଜୁଲାଇରେ ଡ୍ରାଫ୍ଟ ଇଲେକ୍ଟୋରାଲ ରୋଲ୍ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । କୌଣସି ଆପତ୍ତି ଅଭିଯୋଗ ଥିଲେ ଅଗଷ୍ଟ ୪ ତାରିଖ ସୁଦ୍ଧା ଆବେଦନ କରିପାରିବେ ଭୋଟର । ସେପ୍ଟେମ୍ବର ୨ ତାରିଖ ସୁଦ୍ଧା ସମସ୍ୟାର ସମାଧାନ କରି ତ୍ରୁଟି ସଂଶୋଧନ କରାଯିବ । ଏବଂ ୬ ସେପ୍ଟେମ୍ବର ସୁଦ୍ଧା ଚୂଡା଼ନ୍ତ ତାଲିକା ପ୍ରକାଶ କରାଯିବ ।

ମିଳିଥିବା ସୂଚନା ଅନୁଯାୟୀ, ଏସଆଇଆରର ତୃତୀୟ ପର୍ଯ୍ୟାୟ ସମୟରେ, ପ୍ରାୟ ୩.୯୪ ଲକ୍ଷ ବୁଥ ସ୍ତରୀୟ ଅଧିକାରୀ ୩୬.୭୩ କୋଟି ଭୋଟରଙ୍କୁ ଯାଞ୍ଚ କରିବା ପାଇଁ ଘରକୁ ଘର ଯିବେ। ରାଜନୈତିକ ଦଳଗୁଡ଼ିକ ଦ୍ୱାରା ନିଯୁକ୍ତ ୩.୪୨ ଲକ୍ଷ ବୁଥ ସ୍ତରୀୟ ଏଜେଣ୍ଟ  ମଧ୍ୟ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ସହାୟତା କରିବେ। ଏକ ସ୍ବଚ୍ଛ ଏବଂ ଅଂଶଗ୍ରହଣକାରୀ ସଂଶୋଧନ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ବିଏଲଏ ନିଯୁକ୍ତ କରିବାକୁ କମିଶନ ସମସ୍ତ ରାଜନୈତିକ ଦଳକୁ ନିବେଦନ କରିଛନ୍ତି।

 

Tags: