ସ୍କୁଲ ରେ ଜାତୀୟ ସଂଗୀତ ପୂର୍ବରୁ ରାଷ୍ଟ୍ରୀୟ ଗୀତ ଗାଇବା ବାଧ୍ୟତା ମୂଳକ

ସ୍କୁଲ ରେ ଜାତୀୟ ସଂଗୀତ ପୂର୍ବରୁ ରାଷ୍ଟ୍ରୀୟ ଗୀତ ଗାଇବା ବାଧ୍ୟତା ମୂଳକ
Samaya Live News Picture
Published On

ଭୁବନେଶ୍ୱର : ଏଣିକି ସ୍କୁଲରେ ଜାତୀୟ ସଂଗୀତ ‘ଜନ ଗଣ ମନ’ ଆଗରୁ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ ଗାନ କରାଯିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶା ।  ଏହି ନିର୍ଦ୍ଦେଶାବଳୀକୁ ରାଜ୍ୟର ସମସ୍ତ ସ୍କୁଲ କର୍ତ୍ତୃପକ୍ଷ ମାନିବା ବାଧ୍ୟତାମୂଳକ । ଏହାକୁ କଡ଼ାକଡି଼ ପାଳନ କରାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରା ଯାଇଛି । ସମସ୍ତ ଜିଲ୍ଲାପାଳ ଓ ପୁଲିସ ଆରକ୍ଷୀ ଅଧୀକ୍ଷକଙ୍କୁ ମଧ୍ୟ ଗୃହ ବିଭାଗ ପକ୍ଷରୁ ଚିଠି କରା ଯାଇଛି ।

ଗଣଶିକ୍ଷା ବିଭାଗ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ବାରା ଜୁଲାଇ ୯ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶର ଏକ କପିକୁ ପ୍ରଦାନ କରିଛି । ଏହି ନିର୍ଦ୍ଦେଶକୁ ଅନୁପାଳନ କରିବାକୁ କୁହାଯାଇଛି । ଏଥିରେ କୁହାଯାଇଛି ଯେ, କୌଣସି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଗୀତ ଓ ଜାତୀୟ ସଂଗୀତ ଉଭୟ ପରିବେଷଣ କରାଗଲେ ପ୍ରଥମେ ‘ବନ୍ଦେ ମାତରମ୍’ ପରେ ‘ଜନ ଗଣ ମନ’ ପରିବେଷଣ କରାଯିବ । ଉଭୟର ମୂଳ ଲିପି, ଶବ୍ଦ, ଉଚ୍ଚାରଣକୁ ଠିକ୍ ଭାବେ ଅନୁସରଣ କରିବାକୁ ନିର୍ଦ୍ଦେଶ ହୋଇଛି ।  

ପ୍ରତ୍ୟେକ ସ୍କୁଲରେ ସକାଳର ପ୍ରାର୍ଥନା ସଭାରେ ସାମୂହିକ ଭାବେ ଜାତୀୟ ସଂଗୀତ ଗାଇବାକୁ ପ୍ରୋତ୍ସାହିତ କରାଯିବ । ଏହା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜାତୀୟ ପତାକା, ସଂଗୀତ ଓ ରାଷ୍ଟ୍ରୀୟ ଗୀତ ପ୍ରତି ସମ୍ମାନବୋଧ ବୃଦ୍ଧି ହେବ । ଜାତୀୟ ସଂଗୀତ ଗାନ ସମୟରେ ସମସ୍ତେ ସାବଧାନ ମୁଦ୍ରାରେ ଛିଡ଼ା ହୋଇ ସମ୍ମାନ ପ୍ରଦର୍ଶନ କରିବେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଷ୍ଟ୍ରଭକ୍ତି କୁ ପ୍ରୋତ୍ସାହିତ କରିବାର ଏହା ଏକ ପ୍ରୟାସ ।

 

Tags: