ଏମାରମଠ ପରିସରରୁ ବାହାରିଲା ପୁରାତନ ସିଂଘ ମୂର୍ତ୍ତି
ପୁରୀ: ମଇ ୧୬: ପୁରୀ ଏମାର ମଠ ପରିସରରୁ ବାହାରିଲା ପୁରାତନ ସିଂହ ମୂର୍ତ୍ତି । ମାଟି ଖନନ ବେଳେ ବାହାରିଲା ପ୍ରାଚୀନ କାରୁକାର୍ଯ୍ୟପୂର୍ଣ୍ଣ ସିଂହ ମୂର୍ତ୍ତି । ତେବେ ଏହି ସିଂହ ମୂର୍ତ୍ତିଟି ଭାଙ୍ଗି ଯାଇଥିବା ବେଳେ ଜିପିଆର ସର୍ଭେ ହୋଇ ନଥିବାରୁ ଏପରି ଘଟିଥିବାର ଅଭିଯୋଗ ହୋଇଛି । ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଥମିବାର ନାଁ ଧରୁନି । ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡର ସର୍ଭେ କରାନଯାଇ ର୍ନିମାଣ କାମ କରାଯାଇଥିବା […]
ପୁରୀ: ମଇ ୧୬: ପୁରୀ ଏମାର ମଠ ପରିସରରୁ ବାହାରିଲା ପୁରାତନ ସିଂହ ମୂର୍ତ୍ତି । ମାଟି ଖନନ ବେଳେ ବାହାରିଲା ପ୍ରାଚୀନ କାରୁକାର୍ଯ୍ୟପୂର୍ଣ୍ଣ ସିଂହ ମୂର୍ତ୍ତି । ତେବେ ଏହି ସିଂହ ମୂର୍ତ୍ତିଟି ଭାଙ୍ଗି ଯାଇଥିବା ବେଳେ ଜିପିଆର ସର୍ଭେ ହୋଇ ନଥିବାରୁ ଏପରି ଘଟିଥିବାର ଅଭିଯୋଗ ହୋଇଛି । ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଥମିବାର ନାଁ ଧରୁନି । ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡର ସର୍ଭେ କରାନଯାଇ ର୍ନିମାଣ କାମ କରାଯାଇଥିବା ଅଭିଯୋଗ କରିଛନ୍ତି ଆଇନଜୀବୀ ଶରତ ରାଏଗୁରୁ । ଜିପିଆରଏସ୍ ହେଉଛି ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡର ସର୍ଭେ । ଏହାଦ୍ୱାରା ଯେଉଁ ଐତିହ୍ୟ ସ୍ଥଳକୁ ଖନନ କରାଯାଉଛି, ସେହି ମାଟି ତଳେ କଣ ଅବଶେଷ ବା କୀର୍ତ୍ତିରାଜି ରହିଛି କି ନାହିଁ ତାହା ଏହି ସର୍ଭେ ଦ୍ୱାରା ଜଣାପଡ଼ିଥାଏ । ତେଣୁ ଏହି ସର୍ଭେ ବିନା କିଭଳି ଏତେ ପୁରାତନ ଯାଗାରେ ଖନନ କରାଗଲା ତାକୁ ନେଇ ପ୍ରଶ୍ନ ଉଠିଛି ।




