କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲା,ଏତଲା ଆଧାରରେ ତଦନ୍ତ ହେବ

କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲା,ଏତଲା ଆଧାରରେ ତଦନ୍ତ ହେବ

ଭୁବନେଶ୍ୱର :  ବିଶିଷ୍ଠ କଣ୍ଠଶିଳ୍ପ ହ୍ୟୁମାନ ସାଗର ମୃତ୍ୟୁ ମାମଲା । ଏତଲା ଆଧାରରେ ହେବ ତଦନ୍ତ । ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ । ଡିସିପି କହିଛନ୍ତି ହ୍ୟୁମାନ ସାଗରଙ୍କ ମା'ଶେଫାଳି ଏତଲାରେ ଉଲ୍ଲେଖ କରିଥିବା ବ୍ୟକ୍ତି ବିଶେଷ ତଦନ୍ତ ପରିସରଭୁକ୍ତ ହେବେ  । ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଛି । ଚିକିତ୍ସା ସମ୍ପର୍କରେ ଯାଞ୍ଚ କରାଯାଉଛି କାଗଜପତ୍ର । ରିପୋର୍ଟ ଆସିବା ପରେ ତର୍ଜମା କରାଯିବ ବୋଲି ଡିସିପି କହିଛନ୍ତି । ଅଭିଯୋଗର ଗୋଟି ଗୋଟି ଦିଗକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ । ହ୍ୟୁମାନଙ୍କ ମୃତ୍ୟୁ ପରେ ପୋଷ୍ଟମର୍ଟମ ନହେବା ସମ୍ପର୍କରେ ଏମ୍ସର ଡାକ୍ତରଙ୍କ ସହ ଯୋଗାଯୋଗରେ ରହିଛି ପୁଲିସ ।

ସମ୍ବନ୍ଧିତ ଖବର ବିମାନ ବନ୍ଦରରୁ ୮ କୋଟିର ମାରିଜୁଆନା ଜବତ

ସୂଚନାନୁସାରେ,ଗତ ୭ ତାରିଖ ରବିବାର ଦିନ ମର୍କତନଗର ଥାନାରେ ୯ ଜଣଙ୍କ ନାଁରେ ଏତଲା ଦେଇଥିଲେ ମା' ଶେଫାଳି ସୁନା । ଏହି ସମୟରେ ସେ ଗଣମାଧ୍ୟମରେ କହିଥିଲେ ପୁଅ ହ୍ୟୁମାନକୁ ଲିଭର ସିରୋସିସ୍‌ ହୋଇଥିଲା, ହେଲେ ମ୍ୟାନେଜର ଥରେ ହେଲେ ମୋତେ କହିନଥିଲା । ସେ ଆହୁରି ସେ ହ୍ୟୁମାନଙ୍କ ସହ ଜଣେ ଗାୟିକାଙ୍କୁ ମଧ୍ୟ ଦାୟୀ କରିଥିଲେ । ବ୍ୟାପକ ଅର୍ଥ ହେରଫେର ମାମଲାରେ ଉକ୍ତ ଗାୟିକା ଏବଂ ହ୍ୟୁମାନଙ୍କ ମ୍ୟାନେଜର ଦିନେଶ ବେହେରା, ମ୍ୟାନେଜର ପ୍ରଶାନ୍ତ ବେହେରା, ସହଯୋଗୀ ଲୁଲୁ ମହାନ୍ତି ଓ ଜଗଦିଶ ମହାନ୍ତିଙ୍କୁ ଅଭିଯୁକ୍ତ କରିଛନ୍ତି । ଏହି କ୍ରମରେ ପୁଲିସ ତଦନ୍ତ ଆରମ୍ଭ କରି ସିସିଟିଭି ଫୁଟେଜ୍, ବ୍ୟାଙ୍କ ତଥ୍ୟ ଓ ମୋବାଇଲ୍ କଲ୍ ରେକର୍ଡ ମଗାଇଛି ।

ସମ୍ବନ୍ଧିତ ଖବର ଧାଡି ଦର୍ଶନ ତ୍ରୁଟିକୁ ଖୁବଶୀଘ୍ର ସମାଧାନ କରାଯିବ - ମନ୍ତ୍ରୀ

 

ସମ୍ବନ୍ଧିତ ଖବର ମହୋଦଧିରେ ବୁଡ଼ ପକେଇ କ୍ଷମା ପ୍ରାର୍ଥନା କଲେ କଂସ ମହାରାଜ

Tags: