କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ ହୋଇ ଏମ୍ସରେ ଭର୍ତ୍ତି

କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ ହୋଇ ଏମ୍ସରେ ଭର୍ତ୍ତି

ଭୁବନେଶ୍ୱର : ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ। ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିବାରୁ ତାଙ୍କୁ କଟକରୁ ଭୁବନେଶ୍ୱରର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ସେ କିଡନୀ ଓ ଲିଭର୍ ଜନିତ ସମସ୍ୟାରେ ପୀଡ଼ିତ ହୋଇ କିଛିଦିନ ପୂର୍ବରୁ କଟକର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେଉଥିଲେ  । ତେବେ ସେଠାରେ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ହ୍ୟୁମାନ ସାଗରଙ୍କୁ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି  । 

Read More ପୀତବାସ ପଣ୍ଡା ହତ୍ୟା ମାମଲା,ଆଜି ୩ ଅଭିଯୁକ୍ତଙ୍କର ହେବ ଟିଆଇ ପରେଡ

ସୂଚନାନୁସାରେ, ହ୍ୟୁମାନଙ୍କ ପୂର୍ବରୁ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଥିଲା । ସେ ମାସେରୁ ଅଧିକ ହେବ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଛନ୍ତି । ଅଭିଜିତ ସ୍ନାୟୁ ଜନିତ ରୋଗରେ ପୀଡ଼ିତ ଅଛନ୍ତି । ତାଙ୍କର ନିମୋନିଆ ସହିତ ଫୁସଫୁସରେ ସଂକ୍ରମଣ ରହିଛି । ସେପ୍ଟେମ୍ବର ୨୫ ତାରିଖରେ ଅଭିଜିତ ମଜୁମଦାରଙ୍କୁ ଆଇସିୟୁରୁ ଓ୍ବାର୍ଡକୁ ସିଫ୍ଟ କରାଯାଇଥିଲା । ପୁଣି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେ ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ କିନ୍ତୁ ଦୁଇ ଦିନ ତଳେ ପୁଣି କ୍ୟାବିନକୁ ଅଣାଯାଇଛି । ଏବେ ତାଙ୍କ ସ୍ବାସ୍ଥ୍ଯବସ୍ଥା ସ୍ଥିର ରହିଛି। 

Read More ଜନ୍ମଦିନ ପାର୍ଟିରୁ ନିଖୋଜ ଯୁବକଙ୍କ ମିଳିଲା ପତ୍ତା

Tags: