ସିଲିକନ୍‌ ଟେକ୍‌ ଲ୍ୟାବ୍‌ ପ୍ରାଇଭେଟ୍‌ ଲିମିଟେଡ ହେଲା କଳା ତାଲିକାଭୁକ୍ତ

ସିଲିକନ୍‌ ଟେକ୍‌ ଲ୍ୟାବ୍‌ ପ୍ରାଇଭେଟ୍‌ ଲିମିଟେଡ ହେଲା କଳା ତାଲିକାଭୁକ୍ତ
Samaya Live News Picture
Published On

ଭୁବନେଶ୍ୱର : କଳା ତାଲିକାଭୁକ୍ତ ହେଲା ବିବାଦୀୟ ସିଲିକନ ଟେକ୍‌ ଲ୍ୟାବ୍‌ ପ୍ରାଇଭେଟ୍‌ ଲିମିଟେଡ । ଆସନ୍ତା ୫ବର୍ଷ ପାଇଁ ସଂସ୍ଥାକୁ କଳା ତାଲିକାଭୁକ୍ତ କରିଛନ୍ତି ହାଇକୋର୍ଟ । ଏଏସ୍‌ଓ ପରୀକ୍ଷା ଅନିୟମିତତା ପ୍ରସଙ୍ଗରେ କଳା ତାଲିକାଭୁକ୍ତ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ୨୦୨୫ ମେ’ ଚୁକ୍ତି ଅନୁଯାୟୀ ଏହି ସଂସ୍ଥାକୁ ପରୀକ୍ଷା ପରିଚାଳନା ପାଇଁ ଅନୁମତି ମିଳିଥିଲା ।

ଚଳିତ ବର୍ଷ ଜୁଲାଇ ମାସରେ ଏଏସଓ ପଦବୀ ପାଇଁ ଏହିଠାରେ ମୁଖ୍ୟ ଲିଖିତ ପରୀକ୍ଷା କରାଯାଇଥିଲା । ତେବେ ସଂସ୍ଥା ବିରୁଦ୍ଧରେ ଗୋପନୀୟତା ଭଙ୍ଗ କରିବାର ଅଭିଯୋଗ ହୋଇଛି । ଯାହା ପ୍ରମାଣିତ ହେବା ପରେ ଏହାକୁ ୫ ବର୍ଷ ପାଇଁ କଳା ତାଲିକାଭୁକ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି  ପୁଲିସ ଏସଆଇ ସ୍କାମରେ ସାମ୍ନାକୁ ଆସିବା ପରେ ସିଲିକନ୍‌ ଟେକ୍‌ ସହ ସମସ୍ତ ଚୁକ୍ତି ବାତିଲ କରିଥିଲେ ରାଜ୍ୟ ସରକାର । ସିଲିକନ୍‌ ଟେକ୍‌ ମାଲିକ ସୁରେଶ ନାୟକ ପୂର୍ବରୁ ଗିରଫ ହୋଇଛନ୍ତି ।

 

 

Tags: